Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Subal Routray

Others

2  

Subal Routray

Others

ଭାଗ୍ୟ ଲିପି

ଭାଗ୍ୟ ଲିପି

1 min
6.9K


କିଏ ନେଇ ଗଲା ଡାଳରୁ ଫୁଲକୁ

ଫୁଲରୁ ମହକ ଚୋରି ହେଇ ଗଲା

ଝରୁ ଥିଲା ଯେଉଁ ଅମୃତ ଝରଣା

ସେ ଆନନ୍ଦ ଉତ୍ସ କାହିଁକି ଶୁଖିଲା !

ହଜିଗଲା ନଦ ନଦୀରୁ ଲହର

ଶୀତଳ ସମୀର ବାଟ ଭୁଲି ଗଲା

କଜଳ ସଜଳ ମେଘ ମାଳା ଅଙ୍ଗୁ

ବିମୋହନକାରୀ ମହ୍ଲାର ହଜିଲା !

ମୟୂରର ପାଦ ସ୍ଥିର ହେଇ ଗଲା

ଷଡଜ ସୁରରୁ ରାଗ ସପ୍ତସ୍ବରୀ

ବିସ୍ମୃତିର ଅଂଧକାରେ ଲୁଚି ଗଲା ।

ଆଶା ଆକାଶରୁ ରଂଗ ଉଡି ଗଲା

ଆଂକି ଥା’ନ୍ତା ଯେଉଁ ହାତ ଚାରୁ ଚିତ୍ର

ସେ ହାତରେ ରଙ୍ଗ ତୂଳୀ ନ ରହିଲା !

ଜୀବନ ଯନ୍ତ୍ରଣା ରୂପ ନେଇ ନେଲା

କେଉଁ ଅରୂପଅର ଅଦେଖା ହାତଟି

ମଣିଷର ଭାଗ୍ୟଲିପି ଲେଖି ଗଲା !


Rate this content
Log in