କଲମ
କଲମ
1 min
14.2K
ମୁଁ ଏମିତି କଲମ ଟିଏ ,
ହସେ ନାହିଁ ହସେଇ ଦିଏ
କାଂଦେ ନାହିଁ କଂଦେଇ ଦିଏ
ବିନା ରଂଗେ ବିନା ତୁଳିରେ
ଜୀବନକୁ ରଂଗେଇ ଦିଏ !
ସମୟ ମୋ ଚାରି ପଟେ ଖେଳେ ଭଉଁରି
ମୁଁ ଯାଏ ସମୟର ସୁଅ ପହଁରି
ମୁଁ କେବେ ନାଆ ହୁଏ
ଭରା ନଈ କୂଳ ଛୁଏଁ
ତୁଫାନକୁ ଡରୁଛି କିଏ !
ଜୀବନର ସୁଖ ଦୁଃଖ ଆଶା ନିରାଶା
ମୋ ସ୍ୟାହି ଡାଳରେ ବାଂଧି ଦିଅଂତି ବସା
ମୁଁ ତାଂକୁ ଝୁଲା ଝୁଲାଏ
ମୁଁ ପୁଣି ଗୀତ ଶୁଣାଏ
ଯେତେକାଳ ମୁଁ ଚାଲୁ ଥାଏ !
******
ସୁବଳ ରାଉତରାୟ
ଭୁବନେଶ୍ଵର ।
9437101695
ଇମେଲ :
routraysubal@gmail.com
