STORYMIRROR

Subal Routray

Others

3  

Subal Routray

Others

ସ୍ମୃତି *

ସ୍ମୃତି *

1 min
13.1K



ସ୍ମୃତି ପରା ସୁନା ପଂଜୁରୀଟିଏରେ

ଛାଡି ଛାଡି ହୁଏ ନାହିଁ ,

ମମତା ତ ମୋହ ମୋହ ବି ମମତା

ଭେଦ କରି ହୁଏ ନାହିଁ ।

ମନ ପରା ଗୋଟେ ଲୋଟଣି ପାରାରେ

ଉଡି ଉଡି ପାରେ ନାହିଁ ,

ଗୁଟୁରୁ ଗୁଟୁରୁ ସେଇ ଠାରେ କରେ

ଯେଉଁ ଚାଳେ ଥାଏ ରହି !

ଆଖି ଲୁହ ପରା ଝରଣା ପାଣିରେ

ସରି କେବେ ସରେ ନାହିଁ ,

ସ୍ମୃତି ଶିଳା ମଧ୍ୟୁ ବାଟ କାଢି ଝରେ

କଂଟା ଝଟା ଡରେ ନାହିଁ ।

ଜୀବନ ଟା ପରା ବାଟୋଇଟିଏରେ

ବାଟ ସରି ସରେ ନାହିଁ ,

ଭେଟ ମିଳୁ ଅବା ନ ମିଳୁ କେଉଁଠି

ଅପେକ୍ଷା ସେ କରେ ନାହିଁ !

ପ୍ରତି ଉଷା ସଂଧ୍ୟା ଚିଠି ଖଂଡିଏରେ

ଯେତେ ଲେଖ ସରେ ନାହିଁ ,

ଠିକଣା ଭୁଲ କି ଠିକ ହେଇ ଥାଉ

ଚିଠି ଯାଏ ଫେରେ ନାହିଁ ।


Rate this content
Log in