ଯଦି ପୁଣି କେବେ
ଯଦି ପୁଣି କେବେ
1 min
13.4K
^^^^^^^^^^^^^^^^^^
ଯଦି ପୁଣି କେବେ ଦେଖା ହେଇ ଯିବ
ବାଟ ଚାଲୁ ଚାଲୁ ବାଟେ ଅବାଟରେ,
ହସି ଦେଇ ଟିକେ ପଚାରିବ ବଂଧୁ
କେମିତି ରହିଛ ଆସି ନିକଟରେ !
ହାତ ଧରି ବାଟ ଚାଲିବାର ଭାଗ୍ୟ
ମିଳେନି ନଥିଲେ କାର ସଉଭାଗ୍ୟ
ଯେତେଦିନ ହାତେ ହାତ ରହିଥିଲା
ସେତ ମଧୁ ସ୍ମୃତି ମାନସ ପଟରେ !
କିଛି ରହେ ନାହିଁ ସ୍ମୃତି ବିନା ସାଥୀ
ସୁଖ ଦୁଃଖ ଯାଏ ଦିନ ପରି ବିତି
ସଂପର୍କ ତ ନୁହେଁ ହିସାବ ନିକାଶ
ଅଂକ କଷିବାକୁ ପ୍ରାଣ ସିଲଟରେ
