STORYMIRROR

Subal Routray

Others

2  

Subal Routray

Others

ପ୍ରଭୁ ପରଂବ୍ରହ୍ମ ପରମେ

ପ୍ରଭୁ ପରଂବ୍ରହ୍ମ ପରମେ

1 min
14.4K


ଖୋଲି ଦିଅ ପ୍ରଭୁ କମଳ ନୟନ

ଚାହିଁ ଦିଅ ଚକ୍ଷୁ ମେଲି ,

କେମିତି ଡୁବିଛି ଅନ୍ଧକାରେ ଧରା

ଯାଇଛ କି ତୁମେ ଭୁଲି ।

ତୁମେ କରୁଣାର ଅସୀମ ସାଗର

କୃପା ବିନା ହରବର ଏ ସଂସାର

ଦୁଃଖେ ଜଳୁ ଥିବା ଦୁନିଆରେ ପ୍ରଭୁ

ଦିଅ କୃପା ବାରି ଢାଳି !

ତୁମେ ପରଂବ୍ରହ୍ମ ପରମ କାରଣ

ସକଳ ସଂକଟ କର ନିବାରଣ

ଆନନ୍ଦର ଧାରା ବୁହାଇ ଦିଅ ହେ

ସାରା ବିଶ୍ଵେ ବନମାଳୀ ।


Rate this content
Log in