ହୁଅନ୍ତା ଯଦି ଏ
ହୁଅନ୍ତା ଯଦି ଏ
1 min
12.6K
ହୁଅନ୍ତା ଯଦି ଏ ଆକାଶ କାଗଜ
କଲମର କାଳି ବରଷାର ଧାର ,
ଲେଖି ଯାଆନ୍ତି ମୁଁ ଅସଂଖ୍ୟ କବିତା
କରି ତାରକାଙ୍କୁ କଳ୍ପନା ସଂଭାର !
ଫୁଲ ମାନେ ଯଦି ଶବ୍ଦ ହେଇ ଯା’ନ୍ତେ
ଛନ୍ଦେ ହେଇ ଯାନ୍ତେ ବିହଗର ସୁର
କବିତା ମୋହର ଗୀତ ହେଇ ଯା’ନ୍ତା
ମନ ବୀଣା ତାରେ ମଧୁର ଝଂକାର ।
ସୁଖ ଦୁଃଖ ଯଦି ଭାବନା ହୁଅନ୍ତେ
ଆଶା ଓ ନିରାଶା ଆଭୂଷଣ ତାର
ମେଘମାଳାଙ୍କୁ ମୁଁ ଦୂତ କରି ଦେଇ
ପଠାଅନ୍ତି ପ୍ରାଣ ପ୍ରିୟାକୁ ଖବର ।
ଯଦି ହେଇ ଯାନ୍ତା ସମୟ ମୋହର,
ଜନ୍ମ ମରଣର ସୀମା ରେଖା ଟପି
ସଂଧାନ ପାଆନ୍ତି ସେଇ ଶାଶ୍ଵତ !

