STORYMIRROR

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Inspirational

3  

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Inspirational

କାହିଁକି କରିବି ଦୁଃଖ

କାହିଁକି କରିବି ଦୁଃଖ

1 min
202

କାହିଁକି କରିବି ଦୁଃଖ ହେ ଠାକୁର

କାହିଁକି କରିବି ଦୁଃଖ...

କରମକୁ ଘେନି ଦିଅ ତୁମେ ବର 

ଭାଗ୍ୟ ମୋର ସବୁ ଲେଖ...

କାହିଁକି କରିବି ଦୁଃଖ...।0।


ଭରସା ବିଶ୍ୱାସ ତୁମଠାରେ ମୋର

ଶୁଭ ଦୃଷ୍ଟି ଦେଇ ଦେଖ...

ଧରିଛ ତୁମେ ତ ଜୀବନର ଡୋର

କରେ ଯା' ନଜର ରଖ...।


କାମ ଦେଖି ତୁମେ ଦିଅ ତ ପାଉଣା

କର ନାହିଁ କେବେ ଊଣା...

ମୋ କଥା ତୁମକୁ ଅଛି କି ଅଜଣା

ହେବି କାହିଁ ବାଟବଣା...?


ତୁମେ ମୋର ଲକ୍ଷ୍ୟ ତୁମେ ହିଁ ଠିକଣା

ମନେ ଦେଉଛ ପ୍ରେରଣା...

ଦୟାରେ ତୁମର ହେଉଛି ଭରଣା

ସବୁ ତ ତୁମ କରୁଣା...।


ଯେମିତି କାମକୁ ସେମିତି ମଜୁରୀ

ଦିଅ ତୁମେ ଯେ ବିଚାରି...

ତୁମେ ନ୍ୟାୟ ନୀତି ଧର୍ମ ଦଣ୍ଡ ଧରି

ଜୀବେ ରଖା ଦୟା କରି...।


ଫଳ ପାଏ ଯାହା କର୍ମକୁ ଆଦରି

ଦୁଃଖ ହେଉ ଅବା ସୁଖ...

ସହି ଯାଏ ତୁମକୁ ସ୍ମରଣ କରି

କାହିଁକି କରିବି ଦୁଃଖ...।


ତୁମେ ଜଗତର ନାଥ ଜଗନ୍ନାଥ

ସମ ଦୃଷ୍ଟି ଦେଇ ଦେଖ...

ତୁମ ପତିତପାବନବାନା ନେତ

ଜଗତେ ଉଡାଇ ରଖ...।


କାହିଁକି କରିବି ଦୁଃଖ ହେ ଠାକୁର

କାହିଁକି କରିବି ଦୁଃଖ....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational