STORYMIRROR

Lokanath Rath

Classics Inspirational Others

3  

Lokanath Rath

Classics Inspirational Others

କାହିଁକି କେଜାଣି

କାହିଁକି କେଜାଣି

1 min
325


ଏତେ ବଡ଼ ସହରଟା ଆଜି ବଡ଼ ବ୍ୟସ୍ତ 

ସବୁ ଆଡେ ଲୋକଙ୍କର ଭିଡ଼ 

ଆଉ ଏହି ରାଜରାସ୍ତା ବଡ଼ ଚଳ ଚଞ୍ଚଳ 

ସମସ୍ତେ ନିଜକୁ ସଜାଡି ଚାଲିଛନ୍ତି 

କିଏ ନିଜ ଲକ୍ଷକୁ ନେଇ ତ 

ଆଉ କିଏ ନିଜ ସ୍ୱାର୍ଥ କୁ ନେଇ 

କିଏ ଏଠି ସତ କହିବାର ନାଟକ କରୁଛି ତ 

ଆଉ କିଏ ଛାତି ଫୁଲାଇ ମିଛ କହୁଛି 

କିଏ ମିଥ୍ୟା ଆଡମ୍ବର ରେ ଅହଙ୍କାରୀ 

ଆଉ କିଏ ସତ୍ୟ କୁ ମାଡି ବସିଛି 

ଖାଲି ଦୁଃଖ ଓ ଯନ୍ତ୍ରଣା ପାଉଛି 

ବାରମ୍ବାର ସତ୍ୟ ତାହାର ପରୀକ୍ଷା ନେଉଛି 

ଯେତେ ଦୁଃଖ ଯନ୍ତ୍ରଣା ସବୁ ତାର 

ଏହି କୋଳାହଳ ଭିତରେ ଲୁଚି ଯାଇଛି 

ଆଉ ତାକୁ ଭିକାରୀ ଓ କାଙ୍ଗାଳ ର ଆଖ୍ୟା ଦେଇଛି 

ସକାଳର ସ୍ପଷ୍ଟ ଦିବାଲୋଜରେ ଏବେବି 

ତାକୁ ଅନ୍ଧାର ଭିତରେ ରଖିଛି 

ବୁଝିବାକୁ ଚେଷ୍ଟା କଲେ ବୁଝି ପାରୁନାହିଁ 

କାହିଁକି କେଜାଣି ସବୁ ଏମିତି ହେଉଛି ?

ସେହି ଅନ୍ଧକାର ଭିତରେ ରହି ସିଏ 

ସତ୍ୟକୁ ଜାବୁଡି ଧରି କହୁଛି 

ଯେତେ ଯାହା ହେଲେ ମଧ୍ୟ 

ସିଏ ପଥଭ୍ରଷ୍ଟ କେବେ ହେବ ନାହିଁ 

ମିଥ୍ୟାର ମାୟାଜାଲରେ ପଡିବ ନାହିଁ 

ମରୀଚିକା ପଛେ ଧାଇଁ ଧାଇଁ 

ନିଜର କର୍ମ ଓ ମାନବିକତାକୁ ଛାଡିବ ନାହିଁ 

ଭିକାରୀ ବୋଲି ଯିଏ ଯେତେ କହୁ 

ସିଏ ତ ଭିକ୍ଷା ଥାଳ ଧରି ନାହିଁ 

ଅଧର୍ମ ଓ ମିଥ୍ୟା କୁ ଆଦରିବ ବି ନାହିଁ 

ଲୋଡ଼ା ନାହିଁ ତାର ଏହି ମିଥ୍ୟା ଆଡମ୍ବର 

କାହିଁକି ବା କରିବ ସିଏ ଅହଙ୍କାର 

ଯଦି ଏଥିପାଇଁ ତାକୁ କୁହନ୍ତି କାଙ୍ଗାଳ ବୋଲି 

ଦୁଃଖ ଲାଗିଲେ ବି ସିଏ ସହି ଯିବ 

ଯନ୍ତ୍ରଣାରେ ଛଟପଟ ହେଲେ ହେବ 

ଏହି ସହରର ରାଜରାସ୍ତା ରହିଛି ସାକ୍ଷୀ 

ସିଏ କିଛି କହି ପାରେ ନାହିଁ, କିନ୍ତୁ ଦେଖୁଛି 

ବେଳେ ବେଳେ ସମସ୍ତଙ୍କ ନିର୍ଯ୍ୟାତନା ସହି 

ସେହି ରାଜରାସ୍ତା ର ଛାତି ଫାଟି ବି ଯାଉଛି 

ତଥାପି ସିଏ ତାର ଧର୍ମ ଛାଡି ନାହିଁ 

ତେଣୁ କାହିଁକି କାହାର କର୍କଶ ଶବ୍ଦରେ 

ସିଏ ହେବ ଦିଗହରା ମାୟାରେ ପଡି 

ମାୟାର ଏହି ଅନ୍ଧକାର ଦିନେ ହଟି ଯିବ 

ସତ୍ୟ ର ଆଲୋକ ଆସି ପଥ ଦେଖାଇବ 

ତେଣୁ ସତ୍ୟକୁ ଜାବୁଡି ଧରି ସିଏ ରହିଥିବ 

ଜୀବନର ଲକ୍ଷ ଦିନେ ନିଶ୍ଚୟ ହାସଲ ହେବ 

ଆଶ୍ଚର୍ଯ୍ୟ ଲାଗୁଛି ତାକୁ ଏବେ ଭାବି 

ଏହି କଥା କାହିଁକି କେଜାଣି ଭୁଲିଛି ମଣିଷ ସମାଜ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics