କାହିଁକି ଆସୁନ ତୁମେ
କାହିଁକି ଆସୁନ ତୁମେ
କହିଥିଲ ବାବା ବଜାରକୁ ଗଲେ
ଆଣିଦେବ ପିଚିକାରି
କାଲି ଠାରୁ ରଙ୍ଗ କିିିଣି ମୁଁ ରଖିଛି
ଆସୁନାହଁ ତୁମେ ଫେରି ।
ମୁଁ ଯେ କେଡେ ଛୋଟ କରୁଛି ଅଝଟ
ମାଆ ବୁଝେନା ମୋ କଥା
ଆଖିରୁ ବୋହୁଛି ଲୁୁହ ପାଣି ଯେତେ
କାନ୍ଦି କାନ୍ଦି ପିଟେ ମଥା ।
ଆମ ଦାଣ୍ଡ ପିିଣ୍ଡା ଲୋକରେ ଭରତି
ହୁୁୁଅନ୍ତିି ଟୁପୁୁୁରୁ ଟୁୁୁପୁ
ତାଙ୍କ ପାଶେ ଗଲେ ଭୁଲାଇ ଭାଲାଇ
କରିଦେଲେ ମୋତେ ଚୁପ୍ ।
ଦାଦା କହି ଦେଲେ ଅଶୁଭ ଘରରେ
ଖେଳନ୍ତିନି ହୋଲି ଖେଳ
ଆଉ ଏଇ ପର୍ବ ଏ ଘରେ ହେବନି
ପୁୁୁଣି ବନ୍ଧୁ କୋଳାହଳ ।
ସାଙ୍ଗ ମାନେ ମୋର ଦୂରେ ଛିିିଡା ହୋଇ
ନିିିରାଶେ ଅଛନ୍ତି ଚାହିଁ
ଶିଘ୍ର ଆସ ବାବା କୋଳେ ନେବ ମୋତେ
ରହିଛି ତୁମରି ପାଇଁ ।