କାହିଁ ଆଉ ପ୍ରେମ
କାହିଁ ଆଉ ପ୍ରେମ
ପ୍ରେମିକଟି ଘୁରି ବୁଲି ଖୋଜି ବୁଲେ କ'ଣ
କେଉଁ ଠାରେ ଏବେ ଆମେ କରିବା ପେରେମ ॥
ପେରେମ ର ସ୍ଥାନ ଯେତେ ବଣ ଓ ଉଦ୍ଯାନ
ମଣିଷ କରିଛି ସବୁ ଏବକୁ ନିଶ୍ଚିହ୍ନ ॥
ପେମାଳାପ ଗପସପ କରିବା କେଉଁଠି
ପାରକ କେଉଁଠି ଅଛି ବୋଲି ମୁଁ ଖୋଜୁଛି ॥
ଭାବି ମନେ କେତେ କଥା ପ୍ରେମିକଟେ ଦିନେ
ଖୋଜି ବୁଲେ ଖୋଲା ସ୍ଥାନ ପାରକ କାନନେ ॥
ଦେଖିଲା ବିଭ୍ରମି ବହୁ ଗ୍ରାମ ନଗ୍ର ଦେଶ
ଜନପଦ ଓ ସହର ନ ହୋଇଲା ଶେଷ ॥
ଯେ ଠାବେ କଲେ ବି ପ୍ରେମ ନୁହଇ ସମ୍ଭବ
ସବୁଠି ସର୍ବଦା ଦୋଷ କେଉଁ ଠାରେ ଭାବ ॥
ନଦେଖିଲା କାହିଁ କିଛି ହୋଇଲା ଅଥୟ
ସବୁ ବନ ଓ ପ୍ରାନ୍ତର ଏବେ ଅତିଶୟ ॥
ଜନାକୀର୍ଣ୍ଣ ପୁଣି ହୁଏ ପୋଲିସି ପହରା
ଛାଡି ଯିବ ଏକାଥରେ ତୋର ପ୍ରେମ କରା ॥
ବୁଝିଲା ଏ ଯୁଗେ ପ୍ରେମ ହୁଅଇ କେଉଁଠି
ଜାଣିଲା ପାର୍କରେ ସର୍ବେ ମିଳିତ ହୁଅନ୍ତି ॥
ଜାଣି ଶୁଣି ବିଚାରିଲା ଆପଣା ମରମେ
ଯାଇକି ଦେଖିଲା ତହିଁ ମେଳ ପ୍ରେମୀ ମାନେ ॥
ତାହା ଦେଖି ଶିଖି ନେଇ ପ୍ରେମିକାକୁ ତାର
ପ୍ରେମ କରିବାକୁ ହେଲା ପ୍ରବେଶ ସେଠାର ॥

