STORYMIRROR

Rasmita Dixit

Abstract

2  

Rasmita Dixit

Abstract

କାହାଣୀ ଲୁହର

କାହାଣୀ ଲୁହର

1 min
294

ଆକାଶକୁ ଚାହିଁଛି ସନିଆ ମା

ସବୁ ଶୂନ୍ୟ ,

ବୁଝିପାରୁନି କାହାକୁ ପଚାରିବ

ବୁଲବୁଲ ଚଢେଇ ଟା କୁଆଡେ

ପ୍ରେମ ପକ୍ଷୀ

କାହାଠୁ କେବେ ଶୁଣିଥିଲା

ହେଲେ ଇଏ କଣ ହେଲା

ବୁଲବୁଲ ନାଁ ର ପବନ ଟା

ଏତେ ଶକ୍ତିଶାଳୀ, ଏତେ ନିର୍ଦ୍ଦୟ

କେମିତି ହେଲା

ଉଜୁଡେଇ ଦେଇ ଗଲା

ସବୁଜ ପାନ ବରଜ

ଦେଇଗଲା କଞ୍ଚା କ୍ଷତ

ଦର ପାଚିଲା ଧାନ କିଆରୀରେ

କେଉଁ କ୍ରୋଧ ସାଇତି ଥିଲା କେଜାଣି

ଦାଉ ସାଧୀ ଗଲା ଏଇ ଅବେଳରେ ।


ସନିଆ ଟା ଫେରିନାହିଁ

କାମ ପାଇଁ ଯାଇଛି ଦାଦନ

ଏଯାଏ ଫେରିନି

କେତେ କଷ୍ଟ କରି

ଖର୍ଚ୍ଚ କାଟ ରୁ ସାଇତିବା ଧନରୁ

ହାତ ଓଠ ଧରି ସାଇ ପଡିଶାଙ୍କର

ଠିଆ କରିଥିଲା

ପୈତୃକ ଜମିରେ ପାନ ବରଜର

ଭାଙ୍ଗି ପଡୁଥିବା ଛାଞ୍ଚ

ପଡିଆ ଜମିରେ ସଜାଡି ଥିଲା

ଶାଗୁଆ କ୍ଷେତ ର କୁଞ୍ଚ

ସବୁ ମାଟିରେ ମିଶିଗଲା ପରେ

ଏବେ ମଥା ରେ ହାତ , ଓଠରେ କୋହ

କହିବ କାହାକୁ

ବାର୍ଦ୍ଧକ୍ୟ ର ଦୁଇ ଠୋପା ଲୁହ

ଏବେ ଝରିବି ଝରୁନି ,

ଶୁଷ୍କ ଚକ୍ଷୁ ପିଇ ଯାଏ

ଝରିବା ଆଗରୁ

ବୁଲବୁଲ ନେଇଗଲା

ତା  ହସ ର କାହାଣୀ

ଯାହା ବାକି ରହିଗଲା ଏସନ

ଦେଇ ଗଲା ଦୁଇ ଟୋପା ଲୁହ

ଯାହା ସରି ବି ସରୁନି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract