STORYMIRROR

Maheswar sahoo

Classics

3  

Maheswar sahoo

Classics

କାହାକୁ କହିବି

କାହାକୁ କହିବି

1 min
448

ଅକ୍ଷର ମୁଁ ଲେଖେ ମନ ଦେଇ ସିନା,

ହୁଏ ନାହିଁ ତାହା ଭଲ

କାହାକୁ କହିବି ମୋ ମନର କୋହ,

ହେଉ ଅଛି କଲ ବଲ

ଦୁଃଖ ଦିଏ ହରି ସୁଖ ମଧ୍ୟ ଦିଏ,

ଦୁଃଖ ସୁଖ ଆମ ପାଇଁ

ଦୁଃଖ କୁ ଆଦରି ସତ୍ୟ ପଥେ ଥିଲେ,

ସୁଖ ତ ଆସିବ ଧାଇଁ

କପଡା ମିଳୁଛି ଦେଖା ଯାଏ ଦିହ,

ଲାଜ କି ସରମ ନାଈଁ

ଦୋଷୀ ଖସି ବୁଲେ ନିର୍ଭୟ ହୋଇଣ,

ଦଣ୍ଡ ନିର୍ଦୋଷର ପାଇଁ

ଅସତ୍ୟ ପଥରେ ମାଲା ମାଲ ହ୍ୱନ୍ତି,

କରି ଯାଆନ୍ତି କୋଠା ବାଡ଼ି

ସତ୍ୟ ପଥେ ରହି ଚାଳ ଛପରରେ,

କାଟନ୍ତି ଗରିବ ଘଡି

ଭକ୍ତି ନାହିଁ ହୃଦେ ବଡ଼ ସାନ ନାହିଁ,

ନ ମାନନ୍ତି ଗୁରୁଜନେ

ଭକ୍ତି ହଜିଗଲା ମାନବ ହୃଦୟୁ,

ଭାବିବାକୁ ନାହିଁ ମନେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics