STORYMIRROR

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Inspirational

3  

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Inspirational

କାହାକୁ କାହିଁକି କହିବା

କାହାକୁ କାହିଁକି କହିବା

1 min
245


ଏକ ସମ୍ପର୍କର ଅତୁଟ ଡୋରିରେ

ବନ୍ଧା ଆମେ ସମସ୍ତେ

ସେ ସମ୍ପର୍କ ହୋଇ ପାରେ ଲହୁର

ଅବା ଲୁହର ଭାବ ଭାବନାର

ଆମ ସ୍ନେହ ମମତାର

କେବଳ ଭଲରେ ରହିବା ପାଇଁ

ପରସ୍ପର ମଧ୍ୟେ ସୌଜନ୍ୟମୂଳକ

ଭାବ ବିନିମୟ କରି, 

ଭାବ ଭାଷାର ପ୍ରୟୋଗରେ

ଫୁଟି ଉଠେ ବ୍ୟକ୍ତିର ବ୍ୟକ୍ତିତ୍ୱ

ଉଚ୍ଚାରଣ ଆଚରଣରେ ମହନୀୟ ଗୁଣ

ଯା' ଜଣେ ଅନ୍ୟଠାରୁ ଆଶା କରେ

ସୁନ୍ଦର ପ୍ରାଞ୍ଜଳ ମାର୍ଜିତ ଭାବେ।

ହେଲେ ଦ୍ୱିମତ ମତାନ୍ତର କି ମନାନ୍ତର

ଆଣିବାକୁ ସମନ୍ଵୟ

ରଖିବାକୁ ମଧୁର ସମ୍ପର୍କ 

ଆନ୍ତରିକ ବୁଝାମଣା ପାଇଁ

ଜଣେ ଆଉ ଜଣକୁ କହେ 

ଦେଇ ସୁପରାମର୍ଶ ବା ଉପଦେଶ,

ହୋଇଗଲେ ମନ ମନର ମେଳ

ଅସୁବିଧା ଉପୁଜେ ନାହିଁ

ନ ହେଲେ ବଚସାରୁ ହୁଏ ସମସ୍ୟା ସୃଷ୍ଟି

ଚିନ୍ତାଧାରାର ହୁଏ ବ୍ୟତିକ୍ରମ

ସମ୍ପର୍କ ହୁଏ ଛିନ୍ନ ବିଛିନ୍ନ

ଜଣେ ଜଣକଠାରୁ ଯାଏ ଦୂରେଇ।

କହି ଭଲ କଥା ବୁଝାଇ ହୁଏ

ମନେଇ ହୁଏନା କାହାକୁ ବାଧ୍ୟ କରି

ପରିବର୍ତ୍ତନ ନିଜେ ହୋଇ ପାରେ ଜଣେ

ଅନ୍ୟକୁ ପାରେନା ପରିବର୍ତ୍ତନ କରି,

"ବସୁଧୈବଃ କୁଟୁମ୍ବକମ୍" ଭାବଧାରାରେ

ଜଣେ କହେ ଅନ୍ୟ ଜଣକୁ

ସମାଜ ଏକ ସହଯୋଗ ସହଭାଗିତାର

ପ୍ରଶସ୍ତ କ୍ଷେତ୍ର ନିଜକୁ ପ୍ରତିଷ୍ଠିତ କରି

ନିଜ ଲୁକ୍କାୟିତ  ପ୍ରତିଭାର

ପରିପ୍ରକାଶ ନିମନ୍ତେ...

କାହାକୁ କାହିଁକି କହିବା ?

ଭାବଧାରା ନେଇ ଚୁପ୍ ରହିଲେ

ସମାଜରେ ମାନବ ଜାତିର କଲ୍ୟାଣ

କେବେ ହୋଇଛି କି ନା ଆଗକୁ ହେବ ?

ଉଚିତ କହିବା ନିରପେକ୍ଷ ଭାବେ

ସଦାସର୍ବଦା ସ୍ୱାଗତଯୋଗ୍ୟ

ଜ୍ଞାନ ମାର୍ଗର ଯେତେ ସିଦ୍ଧାନ୍ତ

ଶାସ୍ତ୍ର ପୁରାଣ ତାର ଉଦାହରଣ,

ପରୋକ୍ଷ ଅବା ପ୍ରତ୍ୟକ୍ଷର ଅଭିବ୍ୟକ୍ତି

ସତସଙ୍ଗର ପ୍ରବଚନ ଅମୃତମୟ ବାଣୀ

ଅନୁସରଣ ଅନୁକରଣରେ ହିଁ

ସୁନ୍ଦର ବଳିଷ୍ଠ ଚରିତ୍ର ହୁଏ ସଂଗଠିତ।

ମହତ ଲକ୍ଷ୍ୟ ଉଦ୍ଦେଶ୍ୟ ରଖି

ସତ୍ୟ ସୁନ୍ଦର ମଧୁର ବିନୟ ବଚନ

କହିବାରେ ନାହିଁ କିଛି ବାଧା

ଦ୍ୱିଅର୍ଥ କଲେ ଉପୁଜେ ସମସ୍ୟା,

"କାହାକୁ କାହିଁକି କହିବା"ର ଏ ତାତ୍ପର୍ଯ୍ୟ

ସକରାତ୍ମକ ଚିନ୍ତା ଚେତନାର ମଣିଷ

ଗ୍ରହଣ କରି ଉପଯୋଗେ ତାର

ନିଜକୁ କରିଥାଏ ଉପଯୁକ୍ତ

ସମାଜ ପାଇଁ ଯା ଅତ୍ୟାବଶ୍ୟକ।

  



Rate this content
Log in

Similar oriya poem from Inspirational