STORYMIRROR

Prasanna Kumar Madala

Abstract

2  

Prasanna Kumar Madala

Abstract

କାହା ଜିଭେ ଅଛି ଧାର

କାହା ଜିଭେ ଅଛି ଧାର

1 min
232

ହିମାଳୟ ଠାରୁ   ଉଚ୍ଚରେ ଯାହାର

ଐତିହ୍ୟର ଦୃଢମୂଳ

କେଜାଣି କେମିତି   ଅର୍ଚ୍ଚନା କରିବି

ସମର୍ପି ଏ ଗୀତିଫୁଲ

ଅତୀତ ବେଦନା  ଅସହ୍ୟ ବୋଲି କି

ରଖି ଦେଇଥିଲି ବାନ୍ଧି

ଉଛୁଳି ପଡିଲା  ଯେବେ ଆଉଥରେ

ମାରି ଦିଆଗଲେ ଗାନ୍ଧୀ

ମୋ' ଦେଶର ଶତ୍ରୁ ହାରି ଯାଇଥିଲେ

ନିଜ ଦ୍ବାରା ନିଜେ ଛଳି

ଇତିହାସ ଆଜି     ବଦଳି ଯାଉଛି

ସତେକି ଭୂଗୋଳ ଭଳି

ଭର୍ତ୍ସନା କିପାଇଁ    କରିବି କାହାକୁ

ରୁଧିର ଶୋଷିଲେ ଜୋକ

ବିଶ୍ବାସଘାତକ     ଜୟଚନ୍ଦ୍ର ଆଜି

ହେଲେଣି ତ ନିଜଲୋକ

ହଣାମରା କରି     ଅଶାନ୍ତ କରିବା

ପାଇଁ କି କହିଛି ଧର୍ମ

ଭାଇ ତ ଭାଇର    ଭଗାରି ସଦୃଶ

କରିଲାଣି ହୀନକର୍ମ

କାହା ପ୍ରତିଶୋଧ  କିଏ ସେ ନେଉଛି

କ୍ରୋଧର ନିଆଁରେ ଜଳି

ସଂଯମ ଆଚର   ନବ୍ୟାପୁ ଏ ହିଂସା

ସହରୁ ଗାଆଁର ଗଳି

ଭବିଷ୍ୟ ସୁଖର    ସ୍ବପ୍ନରେ ପୂର୍ବଜ

ଢାଳିଥିଲେ ଯେଉଁ ଲହୁ

ସେ ପିତୃଋଣକୁ    ଶୁଝିବା କେମିତି

ଏକଥା ମନରେ ରହୁ

ଆଉ ବିଭାଜିତ    ହେବନି ଏ ମାଟି

କାହା ଜିଭେ ଅଛି ଧାର

ରାଷ୍ଟ୍ରପ୍ରେମ ବିନା    ରହିବାକୁ ଏଠି

ଦେବୁନାହିଁ ଅଧିକାର

ଭାରତକୁ ଯିଏ     ଆଖି ଉଠାଇବ

ଅଚିରେ ଦେବୁ ହିଁ ଫୋଡି

ଭାଙ୍ଗିବାର ସ୍ବପ୍ନ    ଭାଙ୍ଗିବ ନତୁବା

ତୁମକୁ ବି ନେବୁ ଯୋଡ଼ି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract