Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suresh chandra Padhy

Inspirational

3  

Suresh chandra Padhy

Inspirational

କାଗଜ ଡ଼ଙ୍ଗା

କାଗଜ ଡ଼ଙ୍ଗା

1 min
117



କାଗଜ ଡ଼ଙ୍ଗା ତୁ ଭାସି ଭାସି ଯିବୁ

ଭାସି ଭାସି ଯିବୁ ହେଲେ ଜମା ନ ଡ଼ରିବୁ

କେତେ ଆସିବ ଝଡ଼ ବତାସ ତୋ ପାଇଁ

ଆଗକୁ ବଢିବୁ ଜମା ଡ଼ରିବୁ ରେ ନାହିଁ ।


କାଗଜ ଡ଼ଙ୍ଗା ତୋ ପାଇଁ କେତେ କଷ୍ଟ କରିଛି

ନିଜ ହାତରେ ତୋତେ ରେ ବନାଇ ଦେଇଛି

କାଗଜ ଡ଼ଙ୍ଗା ତୁ ଛୋଟ ହୋଇ ସୁନ୍ଦର

ଭାସି ଭସି ଯିବୁ କେବେ ନ କରି ଖାତର ।


ମନେ ପଡେ କାଗଜ ଡ଼ଙ୍ଗା ତୋ କଥାକୁ

କେତେ କଷ୍ଟ କରି ଥିଲି ତୋତେ ଟିକେ ଦେଖି ବାକୁ

ସାଙ୍ଗ ସାଥି ମେଳ ରେ ତୋତେ କରିଲି

ଝଡି ବର୍ଷା ଦେଖି ଭସାଇ ମୁଁ ଦେଲି ।


କାଗଜ ଡ଼ଙ୍ଗା ମୋର ଭାସି ଭାସି ଯା ରେ

କେବେ ଦୋହଲି ଯିବୁନି ମେଘ ପବନ ରେ

କାଗଜ ଡ଼ଙ୍ଗା ତୋ ପରି କିଏ ସେ ହୋଇବ

ମୋ କାଗଜ ଡ଼ଙ୍ଗା ଯାଇ କୂଳ ରେ ଲାଗିବ ।


କରିଥିଲି ମୁହିଁ କାଗଜ ଡ଼ଙ୍ଗା କୁ

ଭସାଇ ବି ଦେଖି ପାଣିର ସୁଅ କୁ

କାଗଜ ଡ଼ଙ୍ଗା ମୋର ଝୁଲି ଝୁଲି ଯିବ

ବାଟ ରେ କେତେ ସାଥି ଙ୍କୁ ସେ ତ ଭେଟିବ ।



Rate this content
Log in

Similar oriya poem from Inspirational