STORYMIRROR

Tapaswini Sarangi

Children

3  

Tapaswini Sarangi

Children

କାଗଜ ଡଙ୍ଗା

କାଗଜ ଡଙ୍ଗା

1 min
213


ମେଘ ଆସି ଯେବେ  ପଶ୍ଚିମ ଆକାଶୁ

    ଘଡଘଡି ଟିକେ ମାରେ

ଖବର କାଗଜ   ହାତେ ଧରି ମୁଁ ଯେ

    ଜେଜେଙ୍କୁ ଡାକଇ ଧୀରେ।।

ଜେଜେ ଆସ ଟିକେ ଡଙ୍ଗା କରିଦେବ

    କାଗଜ ଦେଖ ମୁଁ ଧରିଛି

ବର୍ଷା ହେଲେ ଟିକେ ଡଙ୍ଗା ଭସେଇବି

     ଆଜି ମୁଁ ମନରେ ଭାବିଛି।।

ମୋ କାଗଜ ଡଙ୍ଗା ଅତି ସୁକୁମାରୀ

    ବଡ଼ ବର୍ଷା କି ସେ ସହିବ

ଝିପି ଝିପି ବର୍ଷା  ଓଳି ପାଣିରେ ସେ

    ଭାସି ପାରାବାରେ ମିଶିବ।।

ମନଦେଇ ଆମେ  ଡଙ୍ଗା କରିଥାଉ

     ଜେଜେ ନାତୁଣୀଏ ମିଶି

ଝଡି ବର୍ଷା ତାଳେ   ଡଙ୍ଗା ଯେ ଭସାଉ

     ଯାଏ ସେ ପାଣିରେ ଭାସି।।

କୁନି କୁନି ହାତେ  କାଗଜ ଭାଙ୍ଗିକି

     ଡଙ୍ଗା ସଭିଏଁ କରୁ

ଗୋଟିଏ ପକେଟ ଦୁଇଟି ପକେଟ

    ବଡ ସାନ ମୋଟା ସରୁ।।

ଟିକି ଡଙ୍ଗାରେ ମୋ  ବିରାଟ ସପନ

    ବୋଉ ବା ଜାଣିବ କାହିଁ

ଦେଖ ଝିଅ ତୁମ    ବର୍ଷାରେ ଭିଜୁଛି

     ବାପାଙ୍କୁ ଦିଏ ସେ କହି।।

ଡଙ୍ଗା ମୋର ଭାସେ  ଆମ ଗାଁ ଦାଣ୍ଡେ

     ନାଚୁ ଆମେ ମଜା ନେଇ

ଅଧିକା ବାଟ ତ   ଯାଇ ସେ ପାରେନା

     ପାଣିରେ ଯାଏ ମିଳେଇ।।

ସେହି ପିଲାଦିନ    କୁନି କୁନି ସ୍ବପ୍ନ

      ଆଜି ଏବେ ଆଉ କାହିଁ

ସେଦିନର ମଜା    ବରଷାରେ ଭିଜା

      କେବେ ଭୁଲିହୁଏ ନାହିଁ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children