STORYMIRROR

Sangita Mishra Satapathy

Classics

3  

Sangita Mishra Satapathy

Classics

କାଗଜ ଡଙ୍ଗା

କାଗଜ ଡଙ୍ଗା

1 min
208


ଝିପିଝିପି ବରଷାରେ

ଚୁପି ଚୁପି ପାଦ ଚାଲେ

ଭୁରୁଭୁରୁ ଫୋଟକା ଯେ

ଭାସିଯାଏ ଓଳିତଳେ ।

ମନେପଡେ ପିଲାବେଳ

କେତେ ସାଥୀ କେତେମେଳ

କାଗଜ ଡଙ୍ଗାର ଖେଳ

ଗାଆଁ ଦାଣ୍ଡ ଭରପୁର

ଭାସି ଭାସି ଯାଆ ଦୂରେ

ଅଟକିବୁନି ତୁ ଥରେ

ଅଟକି ନାହିଁ  ସମୟ

 ଜଳସ୍ରୋତେ ଭାସିଯାଏ

ସତେ ସୁଅ ମୁହେଁ ପତର ।

ଭାସି ଭାସି ଦୂରେ ଯାଇ

ଆସନ୍ତୁ କି ଥରେ ନେଇ

ପିଲାବେଳ ସାଙ୍ଗମେଳ

କରୁଥାନ୍ତି ତୋତେ ଗେଲ ।

ଇନ୍ଦ୍ରଧନୁର ସପତ ରଂଗେ

ସ୍ବାଗତ କରନ୍ତି ତୋତେ

କଦମ୍ବ ମାଳତୀ ହାରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics