କାଏଁଯେ
କାଏଁଯେ
ଆଖିର୍ ପାନି ତୁଇଁ କାଏଁଯେ ଝରୁଛୁ
ସେ ତ ତତେ ନାଇଁ ବୁଝ୍ଲା,
ଏ ମନ୍ ତୁଇଁ କାଏଁଯେ ଏତେ କାନ୍ଦୁଛୁ
ସେ ତ ତତେ ନାଇଁ ଚିହ୍ନ୍ଲା ।
ସପନ୍ ରାନୀ ତୁଇଁ କାଏଁଯେ ଆସୁଛୁ
ସେ ତ ସ୍ୱପ୍ନେ ନାଇଁ ଆସ୍ଲା,
ଏତେ କଥା ତାର୍ କାଏଁଯେ ଭାବୁଛୁ
ସେ ଭାବ୍କେ ତ ନାଇଁ ଭାବ୍ଲା ।
ମନ୍ କାଏଁ ତୋର୍ ପଖନ୍ ଢେକଲ୍ ଯେ
ଗୁଡେ ଖୁରେଇ ଦେଇଗଲା,
ସପନ୍ କାଏଁ ତୋର୍ ମାହାଲିଆ ଆଏ ଯେ
ଏତେ ହଲ୍କା ଭାବିଦେଲା ।
ମୁଇଁ ତୁମର୍ ଆଏ କହିକହି ତତେ
ତୋର୍ନୁ ହଁସି ନେଇଗଲା,
ଖୁସି ଦେଇଦେଇ ଅଥା ହେଲୁପଛେରେ
ସେ ଦୁଖ୍ ଦେଇ ଚାଲିଗଲା ।
ତାର୍ ନାଆଁକେ ତୁଇଁ କାଏଁଯେ ଲେଖୁଛୁ
ସେ ତ ସବୁ ମେଟେଇ ଦେଲା,
ତାର୍ ବାଟ୍କେ ତୁଇଁ କାଏଁଯେ ଟାକିଛୁ
ସେ ତ ଉଲ୍ଟି ନାଇଁ ଦେଖ୍ଲା ।
ଏତେ ଭୁକେ ତୁଇଁରେ କାଏଁଯେ ରହୁଛୁ
ସେ ଭୋକ୍କେ ହଜେଇ ଦେଲା,
ଆସ୍ତେ ଆସ୍ତେ ଗେଲେହିଁ କରି ଦୁହିଁହାତେ
ସେ ତୋର୍ ବେଁକ୍ ଚିପିଦେଲା ।
କୁହୁଲା କେ ତୁଇଁ କାଏଁଯେ ଏତେ ଧରୁଛୁ
ସେ ଉପର୍କେ ଉଠିଯିବା,
ଧକାଦେଲା ବଲିରେ କାଏଁଯେ ପସ୍ତାସୁ
ସେ ବି ଦିନେ ହେଲେ ପସ୍ତାବା ।
ହଁ ଦିନେ ହେଲେ ପସ୍ତାବା.....
