STORYMIRROR

Chittaranjan Padhan

Romance Tragedy

4  

Chittaranjan Padhan

Romance Tragedy

ହୃଦୟରେ ଦେଲୁ ଦାଗ

ହୃଦୟରେ ଦେଲୁ ଦାଗ

1 min
264

ଭଲ ପାଇବାର ଦେଲୁ ଉପହାର

ହୃଦୟରେ ଦେଲୁ ଦାଗ,

ପ୍ରେମରେ ମୋ' କେଉଁଠି ଉଣା ରହିଲା

ସୁଝେଇଲୁ କେଉଁ ରାଗ ।


ମନ ମନ୍ଦିରରେ ପୂଜା କରୁଥିଲି 

ଭକତିର ଫୁଲ ଦେଇ,

ମନ କି ବୁଝିବୁ ହୃଦୟ ହୀନ ତୁ

ଏଡେ ସ୍ୱାର୍ଥପର ହେଇ ।


ସ୍ବାର୍ଥ ସରିଗଲେ କିଏ ବା ପଚାରେ

ଚାଲିଯାଏ ନିଜ ବାଟେ,

ଭଲ ପାଇବାର କଳଙ୍କ ବୋଲିଲୁ

ହସିଲେ ମତେ ଗୋ ବାଟେ ।


ଭଲ ମୁଁ ପାଇବିନି କେବେ ସାଥି ଗୋ

ପ୍ରେମକୁ ଦୁରୁ ଜୁହାର,

ଯାହା ସାଥିରେ ରହିଲେ ବି ତମେ ଗୋ

ହସୁଥାଉ ତମ ସଂସାର ।


କାନ୍ଦୁଛି ହୃଦୟ କାନ୍ଦୁଛି ଜୀବନ

ଚୀରସାଥି ଆଖି ଲୁହ,

ମନାସୁଛି ମଙ୍ଗଳ ତୁମର ପ୍ରିୟେ

ଚାପିଦେଇ ସବୁ କୋହ ।


 


Rate this content
Log in

Similar oriya poem from Romance