STORYMIRROR

Chittaranjan Padhan

Tragedy

3  

Chittaranjan Padhan

Tragedy

ଆଉ ମୁଁ ଚାହେଁନା

ଆଉ ମୁଁ ଚାହେଁନା

1 min
208

ସାଥି ମିଲିଗଳେ  ସୁଖ ପାଇଗଳେ

ଆଉ କି ପଡ଼ିବି ମନେ,

ବାଟ ବାଛିନେଲୁ  ପର କରିଦେଲୁ

ଆସିବିନି‌ ତୋ ଜୀବନେ ।


ଆଖିର ଲୁହରେ   ଭାଗ୍ୟ ମୋ‌ ଲେଖାରେ

ସୁଖ ଟିକେ ଆଶାକଲି,

ସୁଖର ଖବର  ଏଠି ସାତପର

ବୃଥାରେ ପ୍ରୟାସ କଲି ।


ତୋର ସେଇ ସ୍ମୃତି  ହେବ ଚିର ସାଥି

ଦେଖାହେବ ନାହିଁ କେବେ,

ମୁହଁ ମୋଡିଦେବୁ   ଅଚିହ୍ନା କହିବୁ

ମତେ ତୁ ଦେଖିଲେ ଯେବେ ।


ସପନ ଭାବିବୁ   ଲୁଚେଇ ରଖିବୁ

ଚିହ୍ନିଥିଲୁ ବୋଲି ମତେ,

ଆଉ ମୁଁ ଚାହେଁନା   ଭାବିବୁ ଖେଳଣା

ଗୁହାରୀ କରୁଛି ଏତେ ।


Rate this content
Log in

Similar oriya poem from Tragedy