STORYMIRROR

Chittaranjan Padhan

Inspirational

3  

Chittaranjan Padhan

Inspirational

କୃଷ୍ଣ ଜନମ୍

କୃଷ୍ଣ ଜନମ୍

1 min
375

କଂସର୍ ରାଜ୍ୟେ ପଡିଛେ ଡାକ୍‌ରା

ହେବେ ହୋ କୃଷ୍ଣ ଜନମ୍

ତାହାକୁ ମାର୍‌ଲେ ନିଜେ ଜିଇଁବା

କଂସ୍‌କେ ଧରେ ଭରମ୍


ବୁହେନ୍‌କେ ବି ଅତ୍ୟାଚାର୍ କଲା

ରଖିଦେଲା ବନ୍ଦୀଘରେ

ବାସୁଦେବ ସାଙ୍ଗେ ରହେଲେ ସହି

ସବୁ ଦୁଃଖର୍ ପ୍ରହାରେ


ଗୁଟେଗୁଟେ କରି ସାତ୍‌ଟା ପୁଓ

ଦେବକୀର୍ ଗଲେ ମରି

ମାଆ ହେଇ ସହିଛେ ସବୁ ଦୁଖ୍‌

ତଥାପି ଜୀବନ୍ ଧରି


ଅନିଏ ଦୁର୍ନୀତି କଂସର୍ ଲାଗି

ପାପ୍ ବଢ୍‌ଲା ହୋ ଯେଭେ,

ଭୁଦୋ ମାସର୍ ଅଷ୍ଟମୀ ତିଥିରେ

ଜନ୍ମିଲେ ଦେବକୀର୍ ଗର୍ଭେ


ଜୁଗାଲି ମାନେ ପଡ୍‌ଲେ ସୁଇ

କବାଟ୍ ଗଲା ଫିଟେଇ,

କୃଷ୍ଣର୍ ଆଦେଶେ ବାସୁଦେବ ରଜା

ନନ୍ଦ ଘର୍କେ ନେଲେ ବୁହି


ଚୋକିଦାର୍ ଉଗ୍ରସେନ ବୁଢାକେ

ଦେଲେ ପର୍‌ଭୁ ଦର୍ଶନ୍,

ଭାଗ୍ୟ କରିଥିଲା ଯମୁନା ନଦୀ

ଛିଇଲା କୃଷ୍ଣ ଚରନ୍


ନନ୍ଦ ରଜା ଘରେ ବଢ୍‌ଲେ କୃଷ୍ଣ

ସଁସେ ଆଦର୍ ଉଢାଲେ

ଦେବକୀର୍ ଜୀବନ୍ ସାର୍ଥକରେ

କାହ୍ନୁ ହାତେ ମୁକୁଲିଲେ


ଯୁଗେ ଯୁଗେ ପାପୀମାନେ କର୍‌ଲେ

ଘାଏରେ ପାପ୍ କରମ୍

ସାଧୁ ପାଲ୍‌ସନ୍ ପାପୀ ମେଟେଇ

ପର୍‌ଭୁ ହେଇ ଜନମ୍



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational