STORYMIRROR

Chittaranjan Padhan

Abstract

3  

Chittaranjan Padhan

Abstract

ବୁଢ଼ାବୁଢ଼ୀକେ ରଖବ କିଏ ?

ବୁଢ଼ାବୁଢ଼ୀକେ ରଖବ କିଏ ?

1 min
366


ଜମିବାଡ଼ି ଲାଗି ଭେଇ ଭେଇ

ଦିନେ ଲାଗ୍‌ଲେ ଗାଲି ଝକର୍

ଗାଁ ପାଂଚ୍ ଲୁକ୍‌କୁ ଡାକିକରି

କର୍‌ଲେ ହୋ ଇତାର୍ ବତର୍

ସୁନା ଗହନା ଥିଲା ଜେତ୍‌କି

ଥୁଇ ଦେଲେ ସମାନ୍ ସମାନ୍

ଗାର୍ କାଟିଦେଲେ ଘରେସବୁ

ଭାଗ୍ ଭାଗ୍‌ରେ ନିଜର୍ ଠାନ୍


ଗାଇ ଦାମୁର୍ ଦଅଁରା ଜୁତା

କିଛି ବି ଘାଏ ବାଦ୍ ନି ଯାଉଁ, 

ଘରର୍ ଇଜ୍ଜତ୍ ବାହାରେ ହୋ

ଉଖୁଲା ପଛେରେ ହେଇଯାଉଁ


ପାଖେଥନ୍ ବୁଢ଼ାବୁଢ଼ୀ ବସି

ତାକର୍ କଥା କିଏ ପଚାରେ

ଘାଏଗଲେ ହୋ ପଡ୍‌ବା ପାଲି 

ରଖ୍‌ବେ ବାହାରର୍ ଦୁଆରେ


ଶେଷେ ବୁଢ଼ାବୁଢ଼ୀର୍ ଭାଗ୍‌କେ

କାହାରିକର୍ ମନ୍‌କେ ନାଇଁ

କିଏ ରଖ୍‌ବା ଅଚଲ୍ ଦରବ

ସାନି ହେଉଥିବେ ଯାହିତାହିଁ


ଇଥିର୍ ଲାଗି ବଡ୍ କର୍‌ଲେ 

ଛୁଆ କର୍‌ବାରେ ଭାଗ୍‌ଭାଗ୍, 

ଛୁଆଲି ନି ହେଇ ବଂଝା ଭଲ୍

ଇମାନେ ଗୁଟେ ଗୁଟେରେ ଦାଗ୍


ବଏଁସ୍ ଗଲା ବଫୁବି ଗଲା

କାଏଁ କାମ୍ ଆସ୍‌ବାହୋ ଇଏ

ମୁଇଁ ନାଇଁ ପାରେରେ ଭାଇ

ବୁଢ଼ାବୁଢିକେ ରଖ୍‌ବ କିଏ

ବୁଢ଼ାବୁଢ଼ୀ କେ ରଖ୍‌ବ କିଏ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract