STORYMIRROR

Chittaranjan Padhan

Inspirational

3  

Chittaranjan Padhan

Inspirational

ତମେ ପରେ ପାଠ୍ ପଢିଛ

ତମେ ପରେ ପାଠ୍ ପଢିଛ

1 min
137

ମାଁ ବୁଆ କେନ୍ତା ଭୁକେ ରହୁଛନ୍

ପୋ' ବହ ସୁଖ୍‌ନାଇଁ ପଉଛନ୍

ତଥାପି କିଛି ନାଇଁ କରୁଛ

ତମେ ପରେ ହୋ ପାଠ୍‌ପଢିଛ ।

ଖଟି ଆସଲ କି ହେଲ‌ ଭିନେ

ଶାଶ୍ ଶଶୁର୍ କେ ଥିର୍ ନାଇଁ ଦିନେ

ତଥାପି ନିଜ୍‍କେ ବନେ ଭାବୁଛ

ତମେ ପରେ ଗୋ ପାଠ୍‌ପଢିଛ ।

ଭାଇଭାଇ ଭିତ୍‍ରେ ମାର୍‍ଗାଲି

ଜମିବାଡ଼ି ଘାଏ ଦେଲନ ଚପ୍‍ଲି

କେନ୍ ବହି ଥିନ୍‌ ଏନ୍ତା ପଢିଛ

ତମେ ପରେ ହୋ ପାଠ୍‌ପଢିଛ ।

ଦେରେନ୍ ଜେଠେନ୍ ହିଁସା ଅହଁକାର୍

ଘରର୍ ସୁଖ୍ ଉଜୁଡି ହେଲା ବେକାର୍

କେନ୍ ଆଜ୍ଞାନୁ ଏନ୍‍ତା କାମ୍ ଶିଖିଛ

ତମେ ପରେ ଗୋ ପାଠ୍‌ପଢିଛ ।


Rate this content
Log in

Similar oriya poem from Inspirational