କାବ୍ୟ ନାୟିକା
କାବ୍ୟ ନାୟିକା
ତୁମେ ମୋ କାବ୍ୟର ନାୟିକା
ତୁମେ ମୋ ମନର ପ୍ରେମିକା
ହାତେରେ ତୁଳି ଧରି ଥିଲି
ତୁମ ପାଇଁ ଦିନେ କଲମ ଧରିଲି
ତୁମ କଥା ଭାବି ଚିତ୍ର କରୁଥିଲି
ତୁମ ପାଇଁ ଆଜି କବିତା ଲେଖିଲି
ତୁମ ପାଇଁ ଲେଖି ଗଲି କବିତା
କବିତାରେ ଲେଖିଲି ତୁମ ନିରବତା
ମୋ କାବ୍ୟର ନାୟିକା ହୋଇ ତୁମେରହିଲ
ମୋ ମନରେ ଶବ୍ଦ ଭଣ୍ଡାର ତୁମେ ଭରି ଦେଲ
ତୁମ ପ୍ରେମ ମୋତେ ଲେଖିବା ଶିଖାଇଲା
କବିତାରେ ତୁମ କଥା ସ୍ଥାନ ପାଇଲା
ତୁମରି ଛମ୍ ଛମ୍ ଚାଲି ମୋତେ ପ୍ରେମିକ କଲା
ମୋ କାବ୍ୟ ନାୟିକା ମୋ ମନ ଅଧିର ହେଲା
ତୁମ ବିନା ମୁଁ କିଛି ଲେଖି ପାରେ ନାହିଁ
ତୁମେ ଚିର ଦିନ କବିତାରେରହିଲ କାବ୍ୟ ନାୟିକା ହୋଇ।
