STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

କାବ୍ୟ ନାୟିକା

କାବ୍ୟ ନାୟିକା

1 min
222


ତୁମେ ମୋ କାବ୍ୟର ନାୟିକା

ତୁମେ ମୋ ମନର ପ୍ରେମିକା

ହାତେରେ ତୁଳି ଧରି ଥିଲି

ତୁମ ପାଇଁ ଦିନେ କଲମ ଧରିଲି

ତୁମ କଥା ଭାବି ଚିତ୍ର କରୁଥିଲି

ତୁମ ପାଇଁ ଆଜି କବିତା ଲେଖିଲି

ତୁମ ପାଇଁ ଲେଖି ଗଲି କବିତା

କବିତାରେ ଲେଖିଲି ତୁମ ନିରବତା

ମୋ କାବ୍ୟର ନାୟିକା ହୋଇ ତୁମେରହିଲ

ମୋ ମନରେ ଶବ୍ଦ ଭଣ୍ଡାର ତୁମେ ଭରି ଦେଲ

ତୁମ ପ୍ରେମ ମୋତେ ଲେଖିବା ଶିଖାଇଲା

କବିତାରେ ତୁମ କଥା ସ୍ଥାନ ପାଇଲା

ତୁମରି ଛମ୍ ଛମ୍ ଚାଲି ମୋତେ ପ୍ରେମିକ କଲା

ମୋ କାବ୍ୟ ନାୟିକା ମୋ ମନ ଅଧିର ହେଲା

ତୁମ ବିନା ମୁଁ କିଛି ଲେଖି ପାରେ ନାହିଁ

ତୁମେ ଚିର ଦିନ କବିତାରେରହିଲ କାବ୍ୟ ନାୟିକା ହୋଇ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational