Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ତାରାପ୍ରସାଦ ଜେନା

Tragedy

3  

ତାରାପ୍ରସାଦ ଜେନା

Tragedy

କା'ଘର ମୁଣ୍ଡେଇ ମତେ ତ ଭଣ୍ଡେଇ ସୁଖରେ ରହିଚ ଜଡ଼ି

କା'ଘର ମୁଣ୍ଡେଇ ମତେ ତ ଭଣ୍ଡେଇ ସୁଖରେ ରହିଚ ଜଡ଼ି

1 min
12



କା'ଘର ମୁଣ୍ଡେଇ ମତେ ତ ଭଣ୍ଡେଇ

ସୁଖରେ ରହିଚ ଜଡ଼ି,

ତମରି ବାଟର ଶଙ୍ଖର ପାଦକୁ

ଚାହିଁ ମୁଁ ଗଲିଣି ଝଡ଼ି

..........କା'ଘର ମୁଣ୍ଡେଇ ମତେ ତ ଭଣ୍ଡେଇ

           ସୁଖରେ ରହିଚ ଜଡ଼ି ! ୦ !


ଖିଆଲ ଓଠକୁ ଆଉ କା'ର ସାଥେ

ଭାଗକୁ ବସାଇ ଦେଲ,

ପୁରୁଣା ଚିଠିକୁ ଚିରିକି ଫୋପାଡ଼ି

ସୁଖ କି ପାଇଲ ଭଲ,

ସତରେ କହିଲ ମନର ଭିତରୁ

ମତେ କି ଦେଇଛ ଛାଡ଼ି

..........କା'ଘର ମୁଣ୍ଡେଇ ମତେ ତ ଭଣ୍ଡେଇ

           ସୁଖରେ ରହିଚ ଜଡ଼ି ! ୧ !


ମଳୟ ଛୁଆଁର ସ୍ବପ୍ନର ସହର

ମୋ ପାଇଁ କରିଛ ଧୂଆଁ,

ଅମୃତ ଗଙ୍ଗାରେ ନିଜେ ତ ପହଁରି

ଠେଲିଛ ମରୁର ନିଆଁ,

ସ୍ବାର୍ଥରେ ଖେଳିଲ ବଢ଼ିଆ ହସଟେ

ବିଦାୟ ଲୁହରେ ଯୋଡ଼ି

..........କା'ଘର ମୁଣ୍ଡେଇ ମତେ ତ ଭଣ୍ଡେଇ

           ସୁଖରେ ରହିଚ ଜଡ଼ି ! ୨ !







Rate this content
Log in

Similar oriya poem from Tragedy