STORYMIRROR

ଲିମନ ଦିଦି

Inspirational

3  

ଲିମନ ଦିଦି

Inspirational

କ'ଣ କରିବା ଆଉ

କ'ଣ କରିବା ଆଉ

1 min
196

କହନା କହନା ବନ୍ଧୁ

ବଦଳି ଗଲାଣି ଦୁନିଆଁ

ବୁଢା ଖୋଜୁଅଛି କନିଆଁ

କି କରିବ ତା'ର ନାତିଆ

ବୁଢାର ଫ୍ରେଣ୍ଡ ହଜାରେ

ବୁଢୀ ନାଆଁ ଉଠେ ବଜାରେ

ଦିହକୁ ନେବେନି କଥାଟା

ପ୍ରକୃତରେ ବଡ ମଜାରେ

ଟୋକା ଟୋକିଙ୍କର ଚିରାଫଟା

ବୁଢାବୁଢୀଙ୍କର ଅଧା ଅଧା

ଲାଜ ଲୁଚିବକି ଜାଲ ଭିତରେ

ଦେଖିବାକୁ ବଡ ଅସୁବିଧା

ଛୋଟ ପିଲାଗୁଡା ସବୁ ଶିଖିଲେଣି

ହାଏଠାରୁ ବାଏ ଯାଏ

ତା' ଭିତର କଥା ସଭିଏଁ ଜାଣନ୍ତି

କାହାକୁ ଅଛପା ନୁହେଁ

ସବୁ ତ ନକଲି ଦୂଷିତ ସମାଜ

ସଭିଙ୍କର ଅଛି ଭାଉ

କହିଲେ ଖରାପ ନ କହିବା ଭଲ

ନିଜ ସମ୍ମାନଟି ଥାଉ

କ'ଣ କରିବା ଆଉ ।

                 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational