Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Tragedy

4.0  

KRUTIBAS NAYAK

Tragedy

ଜୟୀ ରାଜଗୁରୁ

ଜୟୀ ରାଜଗୁରୁ

1 min
275



ଓଡ଼ିଶା ରାଇଜେ ଘୋଟି ଆସୁଥିଲା ଅମାରାତି ଅନ୍ଧକାର,

ନାବାଳକ ରାଜା ମୁକୁନ୍ଦ ଦେବ ସେ ନେଇଥିଲେ ରାଜ୍ୟଭାର ।


ଜୟୀ ରାଜଗୁରୁ କୁଳ ପୁରୋହିତ ଶାସନର ମେରୁଦଣ୍ଡ,

ଇଂରେଜ କମ୍ପାନୀ ଚୁକ୍ତିପତ୍ର ପାଇ ଚିରିକଲେ ଖଣ୍ଡଖଣ୍ଡ ।


ଚମକି ଉଠିଲେ ଫ୍ଲେଚର ସାହେବ ହୁକୁମ କରିଲେ ଟାଣ,

କିଏ ସେ ପାଷାଣ୍ଡ ଦେଖିବି ତା’ ଦମ୍ଭ ଇଜିଲାନସକୁ ଆଣ ।


ରାଜଗୁରୁ ବୀର ପାଇକ ହକାରି କରିଦେଲେ ଆକ୍ରମଣ,

ଇଂରେଜ ବାହିନୀ ଅସ୍ତ୍ରଶସ୍ତ୍ର ଆଣି କଲେ ଘମାଘୋଟ ରଣ ।


ଢାଲ ତରବାରୀ ହାରିଲା ଶେଷରେ ବନ୍ଧୁକର ହେଲାଜୟ,

ମୁକୁନ୍ଦ ଦେବଙ୍କୁ ଅଟକ ରଖିଲେ ଦେଖାଇ ମୃତ୍ୟୁର ଭୟ ।


ଜୟୀ ରାଜଗୁରୁ କ୍ଷମା ମାଗିଦେଲେ ରାଜାଙ୍କୁ ମିଳିବ ମୁକ୍ତି,

ଫ୍ଲେଚର ସାହେବ ଆଦେଶ ହୋଇଲା-ନହେଲ ମିଳିବ ଶାସ୍ତି ।


କ୍ଷମାଭିକ୍ଷା କରେନାହିଁ ରାଜଗୁରୁ ତୁମ ଭାଗ୍ୟ ଏବେ ମନ୍ଦ,

ମୁକୁନ୍ଦକୁ ଛାଡ଼ ନୋହିଲେ ଛେଦିବି ଫ୍ଲେଚର ସାହେବ ସ୍କନ୍ଧ ।


ରାଜଗୁରୁ କଥା ଘୂରାଇଲା ମଥା ତୁରିତେ କରିଲେ ବନ୍ଦୀ,

ବିନା ବିଚାରରେ ଫାଶୀ ଦେବାପାଇଁ ଫ୍ଲେଚର କରିଲେ ଫନ୍ଦି ।


ବାଘିତୋଟା ବଡ଼ ବରଗଛ ଡାଳେ ବାନ୍ଧିଦେଲେ ଦୁଇଗୋଡ଼,

କାଟିଦେଲେ ଡାଳେ ବନ୍ଧା ଦଉଡ଼ିକୁ ଚିରି କଲେ ଦୁଇଫାଳ ।


ଆତଙ୍କ ବଢାଇ ଫ୍ଲେଚର ବର୍ବର କଲା ବଡ଼ ହୀନକାର୍ଯ୍ୟ,

ଜୟୀ ରାଜଗୁରୁ ରହିଲେ ଆମର ଥିବାଯାଏ ଚନ୍ଦ୍ର ସୂର୍ଯ୍ୟ ।



Rate this content
Log in

Similar oriya poem from Tragedy