ଜ୍ୟେଷ୍ଠ ପୁର୍ଣିମା
ଜ୍ୟେଷ୍ଠ ପୁର୍ଣିମା
ଆଜି ପରା ଜ୍ୟେଷ୍ଠ ପୁର୍ଣିମା ଦିନ
ସ୍ନାନ ମଣ୍ଡପରେ ହୋଇବେ ସ୍ନାନ
ରତନ ବେଦୀରୁ ସ୍ନାହାନ ମଣ୍ଡପ
ବିଜେ କରିଛନ୍ତି ଚତୁର୍ଦ୍ଧା ରୂପ ।
ସ୍ନାହାନ ବେଦିରେ ପ୍ରଭୁ ଦର୍ଶନ
ଦେଖି ହଜି ଯାଏ ସବୁରି ମନ
ଶହେ ଆଠ ଗରା ପାଣିର ପ୍ରକୋପ
ସହି ନପାରନ୍ତି ସେ ବିଶ୍ଵରୂପ ।
ସୁନା ରୁପା କୂଅ ବରଷେ ଥରେ
ଲାଗିଥାନ୍ତି ଆଜି ପ୍ରଭୁ ସେବାରେ
କେଉଁ ଜନମରୁ କେତେ କେତେ ତପ
ଶ୍ରୀ ଅଙ୍ଗୁ ଛଡ଼ାନ୍ତି ଗ୍ରୀଷମ ତାପ ।
ସେଠାରୁ ଯାଆନ୍ତି ସେ ଅଣସରେ
ଫୁଲୁରୀ ତଇଳ କେତେ ବାସରେ
ଘସା ମରଦନେ ବିଗ୍ରହର ତାପ
ଧୀରେ ଅବସାନ ଜ୍ୱର ପ୍ରକୋପ ।
