STORYMIRROR

Suresh chandra Padhy

Classics

4  

Suresh chandra Padhy

Classics

ଜୟ ସିଂହବାହିନି

ଜୟ ସିଂହବାହିନି

1 min
276


ବିପଦ ରେ ଥାଇ ମା' ଡାକୁ ଅଛି ତୋତେ

ଦୟାମୟୀ ଦୟାକର ତୁହି ଲୋ ମୋତେ ।

ଶରଣ ମାଗେ ତୋ ପାଦେ ଜଗତ ଜନନୀ

ଜୟ ହେ ସିଂହ ବାହିନୀ ଜୟ ମହିଷା ମର୍ଦ୍ଦିନୀ ।।

ସୁର ଆଉ ନର ତତେ ସୁମରିଲେ

ସଙ୍କଟ ଚାଲି ଯାଏ ତୋ ନାମ ଧରିଲେ ।

ସଙ୍କଟ ରୁ ଉଦ୍ଧାରୁ ସଙ୍କଟ ହାରିଣୀ

ଜୟ ହେ ସିଂହ ବାହିନୀ ଜୟ ମହିଷା ମର୍ଦ୍ଦିନୀ ।।

ତୋହରି ଲୀଳା କୁ କେହି ନ ଜାଣଇ

ଭକତ କୁ ରକ୍ଷା କରୁ ତୁହି ମହାମାୟୀ ।

ତୋହରି ସନ୍ତାନ ଆମେ ଜଗତଜନନୀ

ଜୟ ହେ ସିଂହବାହିନୀ ଜୟ ମହିଷା ମର୍ଦ୍ଦିନୀ ।।

ଆସୁରିକ ପ୍ରବୃତି ରୁ କରି ଦେବୁ ଦୂର

ଦିବ୍ୟ ଗୁଣ କୁ ମା' ଜାଗ୍ରତ ତୁ କର

ଦୁଷ୍ଟ ବିନାଶିନୀ ମାଲୋ ତ୍ରିଶୁଳ ଧାରିଣୀ

ଜୟ ହେ ସିଂହ ବାହିନୀ ଜୟ ମହିଷା ମର୍ଦ୍ଦିନୀ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics