ଜୟ ସିଂହବାହିନି
ଜୟ ସିଂହବାହିନି
କବିତା,ଜୟ ସିଂହବାହିନି
ଜୟ ଜୟ ସିଂହବାହିନି ମାଗୋ
ମହିସା ସୁର ମର୍ଦିନି
ତୁମେ ଯେବେ ହେଲ ଅବତାର
ଦୁର୍ଗତି କୁ ତୁମେ କରିଲ ଦୂର
ଦୁର୍ଗତି ନାଶିନୀ ଦୁର୍ଗା ହୋଇଲ
ସବୁ ବିପତ୍ତି ରୁ ପାରି କରିଲ
ଅନେକ ନାମରେ ପାଉଅଛ ପୂଜା
ତୁମରି ମନ୍ଦିରେ ଉଡେ ତୁମର ଧ୍ଵଜା
ପାର୍ବଣ ଋତୁ ରେ ଧରା କୁ ଆସୁଛ
ପୂଜା ମଣ୍ଡପ ରେ ଦର୍ଶନ ଦେଉଛ
ତୁମେ କରୁଣା ମୟୀ ଜଗତ ଜନନୀ
ଜଗତରେ ତୁମେ ଠାକୁରାଣୀ
ତୁମରି ସକତି ଆମକୁ ଦିଅ
ତୁମରି ଚରଣେ ତୁମେ ରଖି ଥାଅ