STORYMIRROR

Rama chandra Pradhan

Classics

2  

Rama chandra Pradhan

Classics

ଜୟ ଶ୍ରୀରାମ

ଜୟ ଶ୍ରୀରାମ

1 min
437

ଭଜ ରାମ ରାମ ଜପ ରାମ ରାମ    ରାମ ହିଁ ମୁକ୍ତିର ଧାମ ସବୁ ମିଛ ଏଠି ସତ୍ୟ ରାମ ନାମ    ବୋଲ ହେ ଜୟ ଶ୍ରୀରାମ... ମୁକତି ମିଳେନା ତୁମ ବିନା ଏଠି    ଆହେ ରାଜୀବ ଲୋଚନ ବନ୍ଧୁ ବି ମିଳେନା ତୁମ ବିନା ଏଠି    ହେ ରଘୁକୁଳ ନନ୍ଦନ... ବିଶ୍ୱାସରେ ତୁମେ ନିଶ୍ୱାସରେ ତୁମେ   ଯୁଗେ ଯୁଗେ ତୁମ ନାମ ଆବେଗରେ ତୁମେ କ୍ରନ୍ଦନରେ ତୁମେ   ମୋ ସ୍ପନ୍ଦନେ ତୁମ ନାମ... ଦଶରଥ ସୁତ ହେ ଜାନକୀ କାନ୍ତ    କୌଶଲ୍ୟାର ଗଣ୍ଠିଧନ ଆହେ ରଘୁନାଥ ପରଜା ବତ୍ସଳ    ଭକତର ଭଗବାନ... ତୁମ ପାଦ ସ୍ପର୍ଶେ ପାଷାଣୀ ଅହଲ୍ୟା    ପାଇଲା ମୁକ୍ତିର ପଥ ମାରି ଦଶାନନ ସୀତା ଉଦ୍ଧାରିଲ    ଗଡ଼ାଇ ବିଜୟ ରଥ... ଦ୍ୱାପରରେ କୃଷ୍ଣ ତ୍ରେତୟାରେ ରାମ   କେଉଁ ଯୁଗେ କେଉଁ ରୂପ ତୁମେ ନାରାୟଣ ତୁମେ ବୃନ୍ଦାବନ    ତୁମେ ଭରସାର ଦୀପ... ହେ ଅଯୋଧ୍ୟା ପତି ମର୍ଯ୍ୟାଦା ପୁରୁଷ    ତୁମେ ହିଁ କୋଦଣ୍ଡଧାରୀ ଯୁଗେ ଯୁଗେ ରଖ ଭକତର ମାନ     ପାପୀକୁ ବିନାଶ କରି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics