STORYMIRROR

Secret Superstar

Inspirational Others

3  

Secret Superstar

Inspirational Others

ଜୟ ଶିବ ଶମ୍ଭୁ

ଜୟ ଶିବ ଶମ୍ଭୁ

1 min
781

ହେ ପ୍ରଭୁ 

ଜୟ ଶିବ ଶମ୍ଭୁ 

ଏତିକି ମାଗୁଅଛି ମୁହିଁ 

ତୁମ୍ଭ ଆଶୀଷ ଯଦି ହୁଅଇ 

କରି କି ପାରେ ମୁ ତୁମ ଚରଣ ପୂଜା 

ତୁମରି ଚଳନ କରି ଅନୁସରଣ 

ଜିଇଁବାକୁ ମୋର ଭାରି ଇଛା ।


ହେ ଭୋଳାନାଥ 

ଦେବ ଦେବ ମହାଦେବ 

ଈଶ୍ବର ପ୍ରେମେ ତୁମେ ସଦା ଭୋଳ 

ଥାଇ ପାଶେ ସାରା ସଂସାର ।


ରହି ମୋର ଏହି ଛୋଟ ସଂସାରେ 

ଭୋଳ ହେବାକୁ ଚାହେଁ ମୁ ତୁମ ପ୍ରେମରେ 

ଏତିକି ମାଗୁଅଛି ମୁହିଁ 

ତୁମ୍ଭ ଆଶୀଷ ଯଦି ହୁଅଇ 

କରି କି ପାରେ ମୁ ତୁମ ଚରଣ ପୂଜା 

ତୁମରି ଚଳନ କରି ଅନୁସରଣ 

 ଜିଇଁବାକୁ ମୋର ଭାରି ଇଛା ।


ହେ ନୀଳକଣ୍ଠେଶ୍ବର 

ମୋ ଜୀବନ ଅଧୀଶ୍ଵର

ବିଷସବୁ ପାନ କରି 

ସାଗରରେ ଦେଲ ଅମୃତ ଭରି

ଛୋଟ ତୁମ ଦୁନିଆରେ

ଦୁଃଖ ପିଇ ହସ ବାଣ୍ଟିବାକୁ ଚାହେଁ 

ସଭିଙ୍କର ଓଠେ

ହେ ନୀଳକଣ୍ଠେଶ୍ବର 

ମୋ ଜୀବନ ଅଧୀଶ୍ଵର 

ଏତିକି ମାଗୁଅଛି ମୁହିଁ 

ତୁମ୍ଭ ଆଶୀଷ ଯଦି ହୁଅଇ 

କରି କି ପାରେ ମୁ ତୁମ ଚରଣ ପୂଜା 

ତୁମରି ଚଳନ କରି ଅନୁସରଣ 

 ଜିଇଁବାକୁ ମୋର ଭାରି ଇଚ୍ଛା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational