STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଜୟ ପ୍ରଭୁ ରାଜୀବଲୋଚନ 

ଜୟ ପ୍ରଭୁ ରାଜୀବଲୋଚନ 

2 mins
404

   ଜୟ ପ୍ରଭୁ ରାଜୀବଲୋଚନ     
      =============
ଜୟ ଜୟ ରାମ ଶ୍ରୀରଘୁନାୟକ
     ଜୟ ରାଜୀବ ଲୋଚନ l
ଜୟ ରଘୁନାନ ଜାନକୀ ଜୀବନ
      ପିତୃ ସତ୍ୟେ ଗଲ ବନ ll
 ଜୟ ଜୟ ରାମ କରୁଣା ନିଧାନ
      ଜୟ କୌଶଲ୍ୟା ନନ୍ଦନ l
ପଥରେ ପଥର ନାରୀକୁ ତାରିଲ
       ପଥରେ ସେତୁ ବନ୍ଧନ ll
ଜୟ ଜୟ ରାମ ନବଘନ ଶ୍ୟାମ
         ଭକ୍ତ ହୃଦୟ ଚନ୍ଦନ l
ଲଙ୍କାରେ ରାବଣ ବଧିଲ ଆପଣ
       ବିଭୀଷଣଙ୍କୁ ଶରଣ ll
ଜୟ କୃପା ସିନ୍ଧୁ ଭକ୍ତ ସୁଖ ଇନ୍ଦୁ
        କୈବର୍ତ୍ତ କଲ ତାରଣ l
ଜୟ ରଘୁବୀର କରୁଣା ସାଗର
       ଭକ୍ତ ତବ ହନୁମାନ ll
ଜୟ ଦୁଷଣାରୀ ରାକ୍ଷସ ବଇରୀ
       ଜୟ ତମ ବିନାଶନ l
ସୁଗ୍ରୀବଙ୍କ ସାଥେ ମଇତ୍ର ବସିଲ
      ସାକ୍ଷୀ ରଖି ହୁତାଶନ ll
ଜୟ ଜୟ ରାମ ଭବାବ୍ଧୀ ତାରଣ
      ଜୟ କୋଦଣ୍ଡ ଧାରଣ l
ଜୟ ଜୟ ରାମ ଆପଦ ଭଞ୍ଜନ
      ହସ୍ତେ ତୁମ୍ଭ ଧନୁର୍ବାଣ ll
ଜୟ ଜୟ ରାମ ସର୍ଵସୁଖ ଧାମ
      ଜୟ ଜୟ ରାବଣାରି l
ବିଶ୍ରବାର ବଳା ମୁକତି ଲଭିଲା
   ତବ ନାରୀ କରି ଚୋରି ll
ଜୟ ଦାଶରଥି ସର୍ଵସୁଖ ସାଥୀ
       ମୁନିଜନ ମନୋହର l
ଶରଣ ପ୍ରଦାୟୀ ଭକ୍ତ ଭାବଗ୍ରାହୀ
     ଜୟ ହେ ସର୍ଵ ସୁନ୍ଦର ll
ଅନୁଜ ତୁମ୍ଭରି ସବୁ ସେବାକାରୀ
       ଭ୍ରତ, ଶତୃଘ୍ନ, ଲକ୍ଷ୍ମଣ l
ଜୟ ଜୟ ରାମ ନୟନାଭିରାମ
   ତବ ପଦେ ମୋ ଶରଣ ll
ନମାମି ନମାମି ହେ ମଙ୍ଗଳକାମୀ
        ଜୟ ମଙ୍ଗଳ ଭବନ l
ତବ ନାମ ଧ୍ୟେୟ ହେଉ ଦୟାମୟ
     ମାଗୁଣୀ କରେ ଅଜ୍ଞାନ ll
             🙏🙏🙏
                 ଅର୍ଜୁନୀ
             ----------------
ଅର୍ଜୁନୀ ଚରଣ ବେହେରା
 ମୋ -7693091971


Rate this content
Log in

Similar oriya poem from Inspirational