ଜୟ ପ୍ରଭୁ ଓଁକାରନାଥ
ଜୟ ପ୍ରଭୁ ଓଁକାରନାଥ
ଜୟ ପ୍ରଭୁ ଓଁକାରନାଥ
============
ଜୟ ଜୟ ଜୟ ପ୍ରଭୁ
ଶ୍ରୀ ଓଁକାରନାଥେ l
ବିଜୟ କରିଲ ପୂଣ୍ୟ
ନର୍ମଦାର ତଟେ ll
ତୁମ୍ଭର ମହିମା ଯାହା
ପୁରାଣ ବାଖାଣି l
ଶିବଙ୍କୁ ଲଭିବାପାଇଁ
ମା' ବିନ୍ଧ୍ୟବାସିନୀ ll
ଦୁଇଗୋଟି ଲିଙ୍ଗ ଗଢ଼ି
ଭକ୍ତିରେ ପୂଜିଲେ l
ପ୍ରୀତ ହୋଇ ଶଙ୍କର
ମାଆଙ୍କୁ ଦେଖା ଦେଲେ ll
ଏକ ଲିଙ୍ଗ ତହୁଁ ହେଲା
ଶ୍ରୀ ଓଁଙ୍କାରେଶ୍ୱର l
ଦ୍ଵୀପେ ବିଜେ କରିଛନ୍ତି
ଓଁକାର ଆକାର ll
ଆନ ଲିଙ୍ଗ ବୋଲାଉଛି
ଶ୍ରୀ ଅମଲେଶ୍ୱର l
ନର୍ମଦା ଅପର ପାର୍ଶ୍ୱେ
ସ୍ଥିତି ଯାହାଙ୍କର ll
ଗୋବିନ୍ଦପାଦ ଗୁମ୍ଫାରେ
ବିନ୍ଧ୍ୟ ପରବତେ l
ବିଜୟ ଶଙ୍କର ଜୟ
ଶ୍ରୀ ଓଁକାରନାଥେ ll
ତୁମ୍ଭଙ୍କୁ ପୂଜିଲେ ଈକ୍ଷାକୁ
କୁଳ ନରେଶ l
ମାନ୍ଧାତା ଓ ମୁଚୁକୁନ୍ଦ
ରାଜା ଅମ୍ବରୀଶ ll
ତୁମ୍ଭ କୃପାରୁ ସମସ୍ତେ
ପାଇଗଲେ ମୋକ୍ଷ l
ତୁମ୍ଭେ ଆଶୁତୋଷ ପ୍ରଭୁ
ସ୍ଵୟଂଭୂ ପ୍ରତ୍ୟକ୍ଷ ll
ଲକ୍ଷ ଲକ୍ଷ ପର୍ଯ୍ୟଟକ
ଆସି ପ୍ରତିଦିନେ l
କୃପା ଲଭୁଛନ୍ତି ତବ
ଦିବ୍ୟ ଦରଶନେ ll
ପ୍ରଣବ ଓଁକାର ନାଦ
ତୁମ୍ଭେ ହେ ଓଁକାର l
ମହିମା ତୁମ୍ଭର ଅଟେ
ଅନନ୍ତ ଅପାର ll
ଜୟ ଜୟ ଜୟ ଜୟ
ଜୟ ଭୋଳାନାଥ l
ଭୋଳେ ଜଣାଉଛି ପ୍ରଭୁ
କୋଟି ଦଣ୍ଡବତ ll
🙏🙏🙏
ଅର୍ଜୁନୀ
-------------
ଅର୍ଜୁନୀ ଚରଣ ବେହେରା
ମୋ -7693091971
