Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gunanidhi Samal

Inspirational

4  

Gunanidhi Samal

Inspirational

ଜୟ ମହତାବ ଜୟ

ଜୟ ମହତାବ ଜୟ

1 min
6


ଜନମ ଆମର ଓଡିଶା ମାଟିରେ

ମଫସଲ ଆମ ଗାଆଁ

ଦେଖିନାହୁଁ ସିନା ଶୁଣିଛୁ କାନରେ

ଚାଚା ମହତାବ ନାଆଁ ।

ଉତ୍କଳର ଦୀପ ଉଜ୍ବଳ ପ୍ରଦୀପ

ଜଳୁଥିଲ ଆମ ପାଇଁ

ତୁମରି ଆଲୋକ ଦେଖାଇଲା ପଥ

ଦୂର ବତୀଘର ହୋଇ ।

ଆମରି ଆକାଶେ ପୂର୍ଣ୍ଣଚନ୍ଦ୍ର ତୁମେ

ଦେଇଛ ଆଲୋକ ବାଢି

ମୀନା ମୁନୀ ଆମେ ଟିକିଟିକି ତାରା

ତୁମପାଶେ ଥିଲୁ ବେଢ଼ି ।

ଲେଖନୀ ତୁମର ଶାଣିତ ଖଡ଼ଗ

ବଚନ ବେଦର ଗାର

ଆମ ପାଇଁ ସଦା ତୁମରି ଓଠରୁ

ଝରିଛି ଅମୃତ ଧାର ।

କହିଥିଲ ଚାଚା ଆମେଇ କଳିକା

ଫୁଟି ହେବୁ ଦିନେ ଫୁଲ

ଆମରି ଦେଶର ଆମେ ଭବିଷ୍ୟତ

କିଏ ହେବ ଆମ ତୁଲ ।

ତୁମେଥିଲ ଚାଚା ଓଡ଼ିଶା ମାଟିରେ

ଏ ଜାତିର କର୍ଣ୍ଣଧାର

ଆମେ ତୋଳୁଥିଲୁ ତୁମରି ଆଖିରେ

ସପନ ର ବାଲିଘର ।

କାହାଣୀ ଶୁଣାଇ ଗୀତ ଗାଇ ଗାଇ

ଆମକୁ ଶୁଆଇ ଦେଲ

ଆମେ ଶୋଇଗଲୁ ନିଶ୍ଚିନ୍ତ ମନରେ

କାହିଁ ତୁମେ ଚାଲିଗଲ ।

ଫେରିଦେଖ ଚାଚା ମୀନା ମୁନୀ ଆମେ

ଏବେ କେଡେ ଅସହାୟ

ତୁମରି ଚରଣେ ବାଢୁଛୁ ପ୍ରଣତି

ଜୟ ମହତାବ ଜୟ ।


Rate this content
Log in

Similar oriya poem from Inspirational