Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Maheswar Kabi

Tragedy Others

3  

Maheswar Kabi

Tragedy Others

ଜୟ ମହାଲକ୍ଷ୍ମୀ

ଜୟ ମହାଲକ୍ଷ୍ମୀ

1 min
370


ବୈକୁଣ୍ଠ ସମାନ କରିଦିଅ ଘର ,

ମହାଲକ୍ଷ୍ମୀ ତୁମ ଚରଣେ ଜୁହାର ,

ନ ରହୁ ଅଭାବ ରହୁ ସ୍ଵଭାବ ,

ତୁମ ପୂଜା କଲେ ସବୁ ମିଳିବ ,

ତୁମ କୃପା ପାଇଁ ଦୁଃଖ ହୁଏ ଦୂର ,

ମହାଲକ୍ଷ୍ମୀ ତୁମ ଚରଣେ ଜୁହାର ।1

ହେଉ ସୁଖ ବର୍ଷା ଦୁଃଖ ନ ରହୁ ,

ମନର ଅଶାନ୍ତି ଦୂର ହୋଇଯାଉ ,

ବିଷ୍ଣୁଙ୍କ ଘରଣୀ ବୈକୁଣ୍ଠ ରାଣୀ ,

ଦିଅ ଆଶିଷ ଦୁଃଖ ମୋର ଶୁଣି ,

ଜଗତ ଜାଣେ ତୁମେ କୃପା ସାଗର ,

ମହାଲକ୍ଷ୍ମୀ ତୁମ ଚରଣେ ଜୁହାର । 2

ହୃଦୟ ମନ୍ଦିରେ ପାଉଅଛ ପୂଜା ,

ମୋ ପାପ ପାଇଁ ଦିଅ ତୁମେ ସଜା ,

ଝଡିଯାଉ ମୋର ସବୁ ପାପ ଧୂଳି ,

ଶାନ୍ତି ରହୁ ମାତା ନ ରହୁ କଳି ,

କରୁଥିବି ନିତି ପୂଜା ତୁମର ,

ମହାଲକ୍ଷ୍ମୀ ତୁମ ଚରଣେ ଜୁହାର ।3


Rate this content
Log in

Similar oriya poem from Tragedy