ଅନ୍ଧାର ପଥରେ
ଅନ୍ଧାର ପଥରେ
ଅନ୍ଧାର ପଥରେ ତୁମେ ଆଲୋକ ,
ଶିକ୍ଷା ଦିଅ ତୁମେ ଆମ ଶିକ୍ଷକ ,
ଯାହା ବି ଶିଖିଛୁ ତୁମ କୃପାରୁ ,
ପାଶୋରି ଯିବନି କେବେ ମନରୁ ,
ଦୁନିଆରେ ଅମୂଲ୍ୟ ଏ ସମ୍ପର୍କ ,
ଅନ୍ଧାର ପଥରେ ତୁମେ ଆଲୋକ ,, 1
ତୁମ ଦିନ ଆଜି ଗୁରୁଦିବସ ,
ରହିଥାଉ ତୁମ ସ୍ନେହ ଆଶିଷ ,
ହୃଦୟରେ ହୁଏ ତୁମରି ପୂଜା ,
ଶିକ୍ଷା ଦୁନିଆରେ ତୁମେ ହିଁ ରାଜା ,
ହୋଇଛ ଆମରି ଶୁଭଚିନ୍ତକ ,
ଅନ୍ଧାର ପଥରେ ତୁମେ ଆଲୋକ , 2
ଦୁନିଆଟା ଯଦି ଅନ୍ଧାର ହୁଏ ,
ଶିକ୍ଷାର ପ୍ରଦୀପ ଜାଳିବ କିଏ ?
ଶିକ୍ଷାର ପ୍ରଦୀପ ଜାଳିବା ପାଇଁ ,
ଶିକ୍ଷକ ସାଜିଲ ଦୁନିଆ ପାଇଁ ,
ହେ ଶିକ୍ଷକ ତୁମେ ଶିକ୍ଷା ରକ୍ଷକ ,
ଅନ୍ଧାର ପଥରେ ତୁମେ ଆଲୋକ ,, 3