🙏 ମାତା ମହାଲକ୍ଷ୍ମୀ 🙏
🙏 ମାତା ମହାଲକ୍ଷ୍ମୀ 🙏
ବୈକୁଣ୍ଠ ସମାନ କରିଦିଅ ଘର ,
ମହାଲକ୍ଷ୍ମୀ ତୁମ ଚରଣେ ଜୁହାର ,
ନ ରହୁ ଅଭାବ ରହୁ ସ୍ଵଭାବ ,
ତୁମ ପୂଜା କଲେ ସବୁ ମିଳିବ ,
ତୁମ କୃପା ପାଇଁ ଦୁଃଖ ହୁଏ ଦୂର ,
ମହାଲକ୍ଷ୍ମୀ ତୁମ ଚରଣେ ଜୁହାର ,,
ହେଉ ସୁଖ ବର୍ଷା ଦୁଃଖ ନ ରହୁ ,
ମନର ଅଶାନ୍ତି ଦୂର ହୋଇଯାଉ ,
ବିଷ୍ଣୁଙ୍କ ଘରଣୀ ବୈକୁଣ୍ଠ ରାଣୀ ,
ଦିଅ ଆଶିଷ ଦୁଃଖ ମୋର ଶୁଣି ,
ଜଗତ ଜାଣେ ତୁମେ କୃପା ସାଗର ,
ମହାଲକ୍ଷ୍ମୀ ତୁମ ଚରଣେ ଜୁହାର ,
ହୃଦୟ ମନ୍ଦିରେ ପାଉଅଛ ପୂଜା ,
ମୋ ପାପ ପାଇଁ ଦିଅ ତୁମେ ସଜା ,
ଝଡୀଯାଉ ମୋର ସବୁ ପାପ ଧୂଳି ,
ଶାନ୍ତି ରହୁ ମାତା ନ ରହୁ କଳି ,
କରୁଥିବି ନିତି ପୂଜା ତୁମର ,
ମହାଲକ୍ଷ୍ମୀ ତୁମ ଚରଣେ ଜୁହାର ,
