STORYMIRROR

Maheswar Kabi

Others

3  

Maheswar Kabi

Others

ହେଁ ଶିବଶଙ୍କର

ହେଁ ଶିବଶଙ୍କର

1 min
235

ଶିବଶଙ୍କର ହେଁ ଜଗତ ଈଶ୍ୱର

ତୁମ ବିନା ଅନ୍ଧାର ସାରା ସଂସାର

କରିଦିଅ ପାର ଏ ଭବସାଗର

ହେଁ ଶିବଶଙ୍କର ହେଁ ଶିବଶଙ୍କର

ତୁମ ବିନା ଦୁନିଆଁ ଲାଗେ ଅନ୍ଧାର

        ହେଁ ଶିବଶଙ୍କର ହେଁ ଶିବଶଙ୍କର...1

କେବେ ତୁମେ ଶୁଣିବ ଗୁହାରି ମୋର

ପୂରଣ ହୋଇବ କେବେ ମୋ ଜାଗର

ଆଣିଛି ଶ୍ରଦ୍ଧାରେ ମୁଁ ବେଲପତର

ଶିବ ତୁମେ ମଙ୍ଗଳମୟ ଠାକୁର

ସଂସାର ପାଇଁ ପାନ କଲ ଜହର

       ହେଁ ଶିବଶଙ୍କର ହେଁ ଶିବଶଙ୍କର...2

ଦୁଃଖ ମୋର ଶୁଣ ଆହେ ନିରାକାର

ଜୀବନରେ ମୋର ଆସୁ ହେଁ ସୁଧାର

ଲୋଡା ନାହିଁ ମୋର ବିଛଣା ଧନର

ଆଖିରେ ଭରିଯାଉ ସୁଖ ନିଦର

ଛୋଟ ଛୋଟ ଆଶା ହେଉ ସାକାର

        ହେଁ ଶିବଶଙ୍କର ହେଁ ଶିବଶଙ୍କର...3



Rate this content
Log in