🙏 ଜୟ ମା ଦୁର୍ଗା 🙏
🙏 ଜୟ ମା ଦୁର୍ଗା 🙏
ଦୁର୍ଗତିନାଶିନୀ କରୁଣାଦାୟିନୀ,
ମାଆ ଦୂର୍ଗା ତୁମେ ଦୁଃଖ ବିନାଶିନି,
ଯେବେ ଯେବେ ଭକ୍ତ ପଡେ ବିପଦରେ,
ସାହା ହୁଅ ତୁମେ ମାତା ସବୁବେଳେ,
ସଂସାର ତୁମକୁ କେବେ ଭୁଲିବନି,
ଦୁର୍ଗତିନାଶିନୀ କରୁଣାଦାୟିନୀ, 1
ଦୃଷ୍ଟି ଦିଅ ଟିକେ ମାଆ ପାପ ମନରେ,
ଧୋଇଦେ ସେ ପାପକୁ ସତ୍ୟ ଅଗ୍ନିରେ,
ମାତା ଆଣିଦିଏ ଦେଶରେ ପ୍ରଗତି,
ତୁମ ବିନା ମାତା ନାହିଁ ଅନ୍ୟ ଗତି,
ଆଶିଷ ଦିଅ ମାତା କୋପ କରନି,
ଦୁର୍ଗତିନାଶିନୀ କରୁଣାଦାୟିନୀ, 2
ସବୁ ମଣ୍ଡପ ହୁଏ କେତେ ସଜା,
ହେବା ପାଇଁ ମାତା ତୁମରି ପୂଜା,
ତୁମ ପୂଜା ପାଇଁ ମନରେ ଖୁସି,
ମାତା ତୁମେ ଶକ୍ତିଶାଳୀ ଅବିନାଶୀ,
ପୂଜେ ଆକାଶ ପୂଜୁଛି ଧରଣୀ,
ଦୁର୍ଗତିନାଶିନୀ କରୁଣାଦାୟିନୀ, 3
