STORYMIRROR

Maheswar Kabi

Others

3.5  

Maheswar Kabi

Others

ଜନ୍ମ ଦିନର ଶୁଭେଚ୍ଛା

ଜନ୍ମ ଦିନର ଶୁଭେଚ୍ଛା

1 min
6.9K


ପ୍ରିୟର ରୋହନ ତୁମ ଜନ୍ମଦିନ

  ମୋ ହୃଦୟରୁ ଶୁଭେଚ୍ଛା ,

ଈଶ୍ବରଙ୍କ ନିକଟରେ ମୋ କାମନା

  ପୂରଣ ହେଉ ତୋ ଇଚ୍ଛା ।


ପ୍ରତିଟି ବର୍ଷରେ ଆସେ ଏହି ଦିନ

  ଆସେ ତୁମ ଜନ୍ମଦିନ ,

ଏହି ବର୍ଷରେ ମିଳିବ ସବୁକିଛି

  ଯାହା ଖୋଜେ ତୁମ ମନ।


ଆକାଶର ପକ୍ଷୀ ପରି ଉଡିଆସୁ

  ତୋ ପାଖେ ଶୁଭେଚ୍ଛା ଝଡ଼ ,

ମୋ ମନର ଏହି ଶୁଭକାମନା

  ଶୁଣନ୍ତୁ ଶିବଶଙ୍କର।


Rate this content
Log in