ଗୁରୁ ହନୁମାନ
ଗୁରୁ ହନୁମାନ


ଜୟ ହନୁମାନ ତୁମେ ଗୁରୁ ମୋର
କେତେ ଯେ ମହାନ ଭକତି ତୁମର ।
ତୁମେ ଜାଣ ଭକ୍ତି ଯୋଗ ଜ୍ଞାନ ଯୋଗ ;
ଜାଣିଲି ତୁମକୁ ଥିଲା ମୋର ଭାଗ୍ୟ ।
ତୁମଠୁ ଶିଖୁଛି ଏ ସାରା ସଂସାର ;
ଜୟ ହନୁମାନ ତୁମେ ଗୁରୁ ମୋର ।୧
ରାମ ଭକ୍ତ ତୁମେ ଅଞ୍ଜନି ନନ୍ଦନ ;
ଶ୍ରୀ ରାମ ଚରଣେ ବିତିଲା ଜୀବନ ।
ତୁମଠୁ ଶିଖିଲି ଶରାଧା ସାହସ ;
ହେ ମାରୁତି କର ଅନ୍ୟାୟ ବିନାଶ ।
ରାମ ଭଜନର ତୁମେ ଅଟ ସାର ;
ଜୟ ହନୁମାନ ତୁମେ ଗୁରୁ ମୋର ।୨
ରାମ ସେତୁ ପାଇ ତୁମ ଅବଦାନ ;
ରହିଥିବ ତାହା ସର୍ବଦା ମହାନ ।
ତୁମେ ରାମ ଭକ୍ତ ପୁଣି ରାମ ଦୂତ ;
ମିଛ ସଂସାରରେ ତୁମେ ଏକା ସତ ।
ବିନାଶ କର ହେ ପାପର ଭାର ;
ଜୟ ହନୁମାନ ତୁମେ ଗୁରୁ ମୋର । ୩