STORYMIRROR

jagabandhu sahu

Drama

3  

jagabandhu sahu

Drama

ଜୟ ମାଗୋ ଦଣ୍ତକାଳୀ

ଜୟ ମାଗୋ ଦଣ୍ତକାଳୀ

1 min
177

ଫଗୁଣ ଫେରିଲା ଫଗୁ ବୋଳି ଦେଇ

     ଚୈତ୍ର ଆସିଲା ଚାଲି

ତୁମ ଆଗମନେ    ଧରା ଫୁଲକିତ

    ଜୟ ମାଗୋ ଦଣ୍ତକାଳୀ


ଢୋଲ କରତାଳେ  ମହୁରୀ ଶବଦେ

     ପୁରି ଉଠିଲା ଏ ଧରା

ଝୁଣା ମହକୁଛି  ମହ ମହ ହୋଇ

    ଚଉଦିଗେ ବାସେ ପରା


ଗାୟକର କଣ୍ଠେ  ତୁମରି ଜଣାଣ

     ବୁଲି ଗାଆଁ ସାହି ସାହି

ତେରଭୁକ୍ତା ଗଣ   ଭୋଗନ୍ତି କଷଣ

     ଖରା-ତରା ଝାଞ୍ଜି ସହି


Rate this content
Log in

Similar oriya poem from Drama