Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chinmay Behera

Children

3  

Chinmay Behera

Children

ଜୟ ମାଆ କନକେଶ୍ୱରୀ

ଜୟ ମାଆ କନକେଶ୍ୱରୀ

1 min
197


ମନ୍ଦାର ମାଳିନୀ ସିନ୍ଦୂର ଶୋଭିନୀ

               ଜୟ ମାଆ କନକେଶ୍ୱରୀ

 ଦ୍ୱାଦଶ ଭୂଜକୁ ପ୍ରସାରୀ ଦିଅ ମାଆ   

                ଦୁଃଖ ଯାଉ ଅପସରି ।


ଦୁର୍ଗତି ନାଶିନୀ ଜଗତ ଜନନୀ

                ଆଦ୍ୟାଶକ୍ତି, ମାହେଶ୍ୱରୀ

ଆପଦେ ବିପଦେ ସାହା ହୁଅ ମୋତେ

                ବିନୀତେ କରେ ଗୁହାରି।


କୋଦାଳକ ଗଡ଼ ବାସିନୀ, ଚିନ୍ମୟୀ

                ସର୍ବଶକ୍ତିମୟୀ,ଗୌରୀ

ଦଳନ କର ମା ଅସୁର ରୂପରେ

                ଯେତେଛନ୍ତି ଦୂରାଚାରୀ ।


ମନୁ ମୋର ନାଶ ଭୟ, ଈର୍ଷା, ଦ୍ୱେଷ

                 ଭରି କରୁଣାର ବାରି

ଦିନଯାଉ ବିତି ଭଦ୍ରା, ସରସ୍ୱତୀ

                 ଦୁର୍ଗାନାମ ନିତି ସ୍ମରି ।



Rate this content
Log in

Similar oriya poem from Children