Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyadhar Mantry

Abstract Classics Others

4  

Bidyadhar Mantry

Abstract Classics Others

ଜୟ ମା ସର୍ବମଙ୍ଗଳା

ଜୟ ମା ସର୍ବମଙ୍ଗଳା

1 min
14



ବ୍ରହ୍ମାଙ୍କ ସୃଷ୍ଟିର ସର୍ଜନା ସମୟେ

ମହା ଶୂନ୍ୟେ ଶୁନ୍ୟ ଆଶା

ମା ମଙ୍ଗଳାଙ୍କ ଆବିର୍ଭାବ ସହସା

ଉଦ୍ରେକ ସାହା ଭରସା

କାର୍ଯ୍ୟ ସିଦ୍ଧି ଉଦ୍ୟେଶରେ ଆବିର୍ଭୁତା

ମହାମାୟା ମହାଶକ୍ତି

ଦେବତାଙ୍କ ଅସହାୟ ଅବସ୍ଥାରେ

ଭରଷା ହିଁ ମାତୃଶକ୍ତି

ସତ୍ୟ ଯୁଗେ ଦୈତ୍ୟ ଗଣ ଉତ୍ପାତ ରେ

ଅସହାୟ ଦେବଗଣ

ଦେବୀ କୃପା ବଳେ ସ୍ୱର୍ଗପୁର ରକ୍ଷା 

ବିଜୟ ପର୍ବ ପାଳନ

ଦ୍ଵାପର ରେ ଦେବୀ ଯୋଗ ମାୟା ଶକ୍ତି

ଦେବକୀ ଗର୍ଭ ହରଣ

ରୋହିଣୀ ଗର୍ଭରେ ହୋଇଲା ରୋପଣ

ଯୋଜନା ହେଲା ଭିଆଣ

ତ୍ରେତୟାରେ ସିତା ମାତା ଆରାଧନା

ପୁଷ୍ପ ଧନୁ ପ୍ରଦାନ ରେ

ପୁଷ୍ପ ଧନୁ ଦ୍ଵାରା ଶ୍ରୀରାମ ବିଜୟୀ

ରାବଣ ମୃତ ଅଚିରେ


ଚିତ୍ ଶକ୍ତି-ଗୁଣାତିତା ପୁଣି ଗୁଣମୟୀ

କ୍ରୋଧାନ୍ୱିତା ତମଃ ଶକ୍ତି

ଅସହାୟ ଦେବଗଣ ପ୍ରାର୍ଥନାରେ

ସହାୟକ ଦୈବୀ ଶକ୍ତି

ଉମା କାତ୍ୟାୟନୀ ଗୌରୀ ପୁଣି କାଳୀ

ଇଶ୍ୱରୀ ଓ ହୈମବତୀ

ଅପର୍ଣ୍ଣା ଅମ୍ବିକା ଦୁର୍ଗା ଓ ମୃଡାନୀ

ଚଣ୍ଡିକା ଏବଂ ପାର୍ବତୀ

କାତ୍ୟାୟନୀ ତେଜସ୍ଵିନୀ ମହାଶକ୍ତି

ମାଆ କ୍ଷମା ସ୍ୱରୁପିଣୀ

ମଙ୍ଗଳା ସର୍ବମଙ୍ଗଳା ଶକ୍ତିଦାତ୍ରୀ

ମାଆ ଜଗତ ଜନନୀ


ବ୍ରହ୍ମାଙ୍କୁ ଦିଗ୍-ଦର୍ଶନ ପ୍ରଦାନ ରୁ

ମା ବାଟ ମଙ୍ଗଳା ନାମ

ବିବସନା ସୁତ୍ର ଦୁର୍ଗାଙ୍କୁ ଚେତାଇ

ଦୈତ୍ୟ ହୋଇଥିଲେ ଭସ୍ମ

ସୃଷ୍ଟି ପ୍ରାରମ୍ଭରୁ ଆଦ୍ୟାଶକ୍ତି ରୂପେ

ଯୋଗମାୟା ବ୍ରହ୍ମଶକ୍ତି

ମହାମାୟୀ ମହାଶକ୍ତି ବ୍ରହ୍ମଶକ୍ତି

ମାତୃଶକ୍ତି ଦୈବୀ ଶକ୍ତି

ସୃଜନ ସମୟେ ମହାସରସ୍ଵତି

ମହାଲକ୍ଷ୍ମୀ ପାଳନରେ

ମହାକାଳୀ କାତ୍ୟାୟନୀ ଚଣ୍ଡୀ ଦୁର୍ଗା

ବିନାଶ ର ସମୟରେ


ଶକ୍ତି ସ୍ୱରୁପିଣୀ,ମଙ୍ଗଳ ଦାୟିନୀ 

ଦେବୀ ଦେବତା ନିମନ୍ତେ

ମଧୁ କୈଠଭ, ମହିଷା,ଶୁମ୍ଭ ନିଶୁମ୍ଭ 

ପ୍ରାଣ ନାଶ କରି ହାତେ

ଜଗତ ଜନନୀ,ଶିବାନୀ, ଭବାନୀ

ମାଆ ସଙ୍କଟ ହାରିଣୀ

ଶକ୍ତି ସ୍ୱରୁପିଣୀ,ଦୁର୍ଗତି ନାଶିନୀ

ଦୁର୍ଗା ମହିଷା ମର୍ଦିନୀ

ଭିନ୍ନ ଭିନ୍ନ ସ୍ଥଳେ,ଭିନ୍ନ ଭିନ୍ନ ନାମ

ବିଖ୍ୟାତ ହୋଇଛି ନାମ

ଶକ୍ତି ପୀଠ ପୁଣି ଗାଆଁ ଠାକୁରାଣୀ

ମହିମା ହିଁ ଅନୁପମ

ଉଗ୍ରତାରା ,ଭଗବତୀ, ନାରାୟଣୀ

ଭୈରବୀ ତାରା ତାରିଣୀ

ସାରଳା କମଳା ବିମଳା ତାରିଣୀ

କାଳିଜାଇ ଠାକୁରାଣୀ

ଶିବ ପ୍ରାଣ ପ୍ରିୟା,ଖର୍ପର ଧାରିଣୀ

ବିରଜା ସିଂହବାହିନୀ

ଅଷ୍ଟାଦଶ ଭୁଜା ମହାମାୟା କାଳୀ

ଦେବୀ ଦୁର୍ଗତିନାଶିନୀ


ଏ ଧରାରେ ପାପ କଳୁଷ ର ଭାର

ଅନ୍ୟାୟ ର କାରବାର

ହଟାଇବା ସାହାସ ନାହିଁ କାହାର

ବଢ଼ି ଚାଲେ ପାପ ଭାର 

ତୁମେ ହିଁ କେବଳ ଜଗତର ମାଆ

ଚରଣେ ଦିଅ ଶରଣ

ସର୍ବ ମଙ୍ଗଳା ମାଆ ମଙ୍ଗଳ-କାରୀ

ତୁମ ନାମ ହିଁ ମହାନ 

ବିଭିନ୍ନ ପ୍ରାନ୍ତରେ ଭିନ୍ନ ନାମ ବହି

ମଙ୍ଗଳ ଚିନ୍ତାରେ ମଙ୍ଗଳା

ଅସହାୟ ଭକ୍ତ ଡାକେ ମାଆ ମାଆ

ମଙ୍ଗଳା ସର୍ଵମଙ୍ଗଳା ।।


Rate this content
Log in

Similar oriya poem from Abstract