ଜୟ ମା ପ୍ରଗଳା
ଜୟ ମା ପ୍ରଗଳା
ଧନ୍ୟସେ ଧରିତ୍ରୀ ରହିଅଛି କୀର୍ତ୍ତି
ମୋର ସେହି ଗଡ଼ଜାତ ,
କନ୍ଧ ରାଜାଗଣ କରିଣ ଶାସନ
ରଖିଲେ ନାମ ଅରାଟ ।
ବିତିଗଲା ବର୍ଷ ସେ କନ୍ଧ ନରେଶ
କରିଲେ ପ୍ରଜା ଶୋଷଣ ,
ଦେଖି ପ୍ରଜାଗଣ ହେଲେ ମ୍ରିୟମାଣ
କରିଲେ ସର୍ବେ ଚିନ୍ତନ ।
ଏହାକୁ ଦେଖିଣ କ୍ଷତ୍ରିୟ ହୋଇଣ
କାହୁଁ ସେ ସହିବେ ଅବା ,
ଧମଂ ଜୟ ସିଂହ ଦେଖିବାକୁ ସିଂହ
ଦେଖାଇଲେ ତାଙ୍କ ଆଭା ।
ନରସିଂହ ଜେନା ଓ ପୁରୀଆ ଜେନା
ଥିଲେ ସେ କନ୍ଧ ନରେଶ ,
ରାଜା ଧମଂ ଜୟ ନ କରିଣ ଭୟ
କରିଥିଲେ ତାଙ୍କୁ ନାଶ ।
କିଛି କାଳ କ୍ରମେ ଉଭୟଙ୍କ ନାମେ
ହୋଇଲା ନାମ ପ୍ରସାର ,
ଅରାଟ ବଦଳେ ରାଜା ନାମ ଦେଲେ
ଗଡ଼ ନରସିଂହପୁର ।
କନ୍ଧଙ୍କ ଶାସନେ ହେଲା ଏକ ଦିନେ
ଭୀଷଣ ରଣ ସମର ,
ପାଢ଼ୀ ରାଜବଂଶ ହୋଇଥିଲା ଧ୍ଵଂସ
କହୁଛି ତାର ଗୁମର ।
ଅରଣ୍ୟ ମଧ୍ୟରେ ଧମଂ ଜୟ ଶିରେ
ସେ ଅଜେୟ ପାଢ଼ୀ ରାଜା ,
ଧରି ତରବାରୀ ହୁଙ୍କାର କୁ ମାରି
ବୋଲିଥିଲା ଦେବି ସଜ୍ଜା ।
ଗଳାକୁ ଛେଦନ କରିବାକୁ ଜାଣ
ଯେବେ ଖଡ୍ଗ ବୁଲାଇଲା ,
ଧମଂ ଜୟ ବାଳା ଦେଖାଇଣ ଗଳା
ମୃତ୍ୟୁକୁ ବରଣ କଲା ।
ଧାର ଧାର ରକ୍ତ ନ ହୋଇଣ ଶୁପ୍ତ
ରହିଥିଲା ଚିରଦିନ ,
ରାଜ କନ୍ୟା ଆତ୍ମା ସାଜିଣ ପ୍ରେତାତ୍ମା
ବୁଲିଲା ସେ ଘନ ବନ ।
ତେର ବର୍ଷ ସୁତା ରଖିଗଲା ଗାଥା
ରଖିଲା ପିତାଙ୍କ ପ୍ରାଣ ,
ରାତ୍ରେ ଏକ ଦିନ ଭାଇକୁ ସପନ
ଦେଖାଇଲା ସିଏ ଜାଣ ।
ବୋଲିଲା ବଚନ ମୋ କଥାକୁ ଘେନ
ପୂଜିତ ସେ ସ୍ଥାନେ ହେବି ,
ନରସିଂହପୁର ସଭିଏଁ ମୋହର
ମୁଁ ତାଙ୍କର ଇଷ୍ଟ ଦେବୀ ।
ଖଡ୍ଗ ରୂପୀ ମୋତେ ଆସ୍ଥାନ ସହିତେ
କରିବୁ ମୋତେ ସ୍ଥାପିତ ,
ଚିରଦିନ ପାଇଁ ରହିବି ମୁଁ ତହିଁ
କହୁଛି ତ୍ରିବାର ସତ ।
ପଡ଼ିଲେ ବିପତ୍ତି ମୋହରି ଶକତି
କରିବ ତାକୁ ଖଣ୍ଡନ ,
ସଙ୍ଗେ ସଙ୍ଗେ ମୁହିଁ ଯାଉଥିବି ଧାଇଁ
ହୋଇ ଶୂନ୍ୟ ଅନ୍ତର୍ଦ୍ଧାନ ।
ଭାତ୍ରୁ ତା ଚୁଟିଆ ହୋଇଣ ଛାନିଆ
ଭଗିନୀ କଥା ରଖିଲା ,
ପ୍ରତ୍ୟୁଷେ ଉଠିଣ ମେଳି ସନ୍ୟ ଗଣ
ସେ ସ୍ଥାନ ଯାଇ ଦେଖିଲା ।
ଗଢ଼ିଲେ ଆସ୍ଥାନ ସଙ୍ଗେ ସିଂହାସନ
ଖଡ୍ଗକୁ କଲେ ସ୍ଥାପିତ ,
ମାଆ ସେ ପ୍ରଗଳା ଚିତ ମନେ ଭଲା
ନିଇତି ହେଲେ ପୂଜିତ ।
ଆଜିବି ଶୋଭିତ ଖଡ୍ଗ ରେ ପୂଜିତ
ମାଆ ହୁଏ ଅନ୍ତର୍ଦ୍ଧାନ ,
ଜଙ୍ଗଲ ବାଟୋଇ ବାଟେ ତାକୁ ପାଇ
ମଣ୍ଡିଥାନ୍ତି ସିଂହାସନ ।
ଆସ ଆସ ଧାଇଁ ଦେଖ ମନ ଦେଇ
ମାଆର ଖଡ୍ଗ ପ୍ରତିମା ,
ଚିରଦିନ ପାଇଁ ଖଡ୍ଗ ମଧ୍ୟେ ସେହି
ଥିବ ପ୍ରଗଳା ' ମା ' ଆତ୍ମା ।
କଳିର କାଳରେ ଜୀବିତ ରୂପରେ
ପାଉଅଛି ମାଆ ପୂଜା ,
କରିଲେ ଦର୍ଶନ ତୃପ୍ତି ହେବ ମନ
ମାଆ ଦେବ ଭରି ଉର୍ଜା ।
ଜୟପୁର ଠାରେ ଅତି ସରାଗରେ
ଆଜିବି ଦିଏ ଦର୍ଶନ ,
ତାହାରି ପାଶରେ ଅନ୍ତିମ ଚିତାରେ
ବଳାଙ୍ଗୀ ହୋଇଲା ଲୀନ ।
ଶୁଣ ଜ୍ଞାନୀ ଗୁଣୀ ଆଉ କେବେ ପୁଣି
କହିବି ବଳାଙ୍ଗୀ ଗାଥା ,
କିଏ ସିଏ ଜାଣ କରୁଛ ଚିନ୍ତନ
ସିଏ ପରା ରାଜ ସୁତା ।
ତାହାରି କଥନ କହିଦେଲେ ଜାଣ
ଆସିଯିବ ଅଶ୍ରୁଧାର ,
ଧନ୍ୟ ଧନ୍ୟ ସିଏ କନ୍ୟା ହୋଇ ସିଏ
ସାଜିଥିଲା ମହା ବୀର ।
ଏହି ପରି ଭାବେ ସଂକ୍ଷେପରେ ଏବେ
ରଚିଲି ପ୍ରଗଳା ଗାଥା ,
ସଦା ସରବଦା ହେ ମାଆ ବରଦା
ତୋ ଚରଣେ ନଉଁ ମଥା ।
କରିଣ ସାହସ ରଖିଗଲ ଯଶ
ଦେଖାଇଲା ନିଜ ଗଳା ,
ପିତାଙ୍କ ଜୀବନ ବଞ୍ଚାଇଣ ଜାଣ
ସିଏ ହେଲା ' ମା ' ପ୍ରଗଳା ।