Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

pravasini Senapati

Classics

3  

pravasini Senapati

Classics

ଜୟ ମା ଦୁର୍ଗା

ଜୟ ମା ଦୁର୍ଗା

1 min
380



ଜୟ ଜୟ ଦୁର୍ଗା ମାତା ଗୋ

ଜୟ ସିଂହ ବାହିନୀ

ସନ୍ଥ ପାଳି ଦୃଷ୍ଟ ବିନାଶ 

କରୁ ଜଗଜ୍ଜନନୀ ।


ସଂସାର ମଙ୍ଗଳ ପାଇଁ ମା 

ହେଲୁ ଅଗ୍ନି ସମ୍ଭୁତା

ଦେବତାଙ୍କ ଦୁଃଖ ହରିଲୁ

ହୋଇ ତୁ ପ୍ରକଟିତା।


ସର୍ବ ଦେବାଦେବୀ ଆୟୁଧ

ତୋତେ କରିଲେ ଦାନ

ପ୍ରବଳ ପ୍ରତାପୀ ମହିଷା

ମା' ଗୋ କଲୁ ନିଧନ ।


ଶିବାନୀ,ଭବାନୀ ,ରୁଦ୍ରାଣୀ

ମା ଗୋ ଦୈତ୍ୟ ନାଶିନୀ

ଚଣ୍ଡମୁଣ୍ଡ ବିନାସିନୀ ଲୋ

ତୁ ଦୁର୍ଗତି ନାଶିନୀ ।


ସାହା ହୁଅ ସାହା ହୁଅ ମା

ଭାସିଲୁ ଭବଜଳେ

ଏ ସାରା ସଂସାର ଆଜି ମା

ମହାମାରୀ କବଳେ ।


କର ତୁ ଉଦ୍ଧାର ଜନନୀ

ମହାମାରୀ ଦୂରେଇ

ତୋ ପାଦେ ଶରଣ ଗଲି ମା

ତୋର ନାମକୁ ଧ୍ୟାୟୀ ।


Rate this content
Log in

Similar oriya poem from Classics