STORYMIRROR

Rabindra kumar Sahoo

Classics

3  

Rabindra kumar Sahoo

Classics

ଜୟ ମା' ଦୁର୍ଗା ମା

ଜୟ ମା' ଦୁର୍ଗା ମା

1 min
256

     ତୋର ଲୀଳା ଖେଳା

       ସବୁ ଅଟେ ମା'

      ତୁ ପରା ଆମ

         ଭରସା ଲୋ ସାହା

      ତୁ ମାୟା, ତୁ କାୟା, ତୁ ଛାୟା

         ତୁହି ଆମରି ସାହା

       ଜୟ ମା'ଦୁର୍ଗା ମା'

          ଜୟ ମା' ଦୁର୍ଗା ମା' ।।(୧)

        ତୁ ଯେ ଦଶଭୁଜା

         ସକଳ ଶକ୍ତିର ଆଧାର

         ତୁ ଲୋ ବିରଜା

        ମା' ତୁ ଜନନୀ,

           ସଂକଟ ହାରିଣୀ

         ସନ୍ଥ ପାଳିନୀ,

            ପାପୀ ବିନାଶିନୀ

        ଜଗତ ଜନନୀ

           ପାପବିନାଶିନୀ

         ଜୟ ମା' ଦୁର୍ଗା ମା'

         ଜୟ ମା' ଦୁର୍ଗା ମା' ।।(୨)

       ଜଗଦ୍ଧାତ୍ରୀ ମାତା ତୁ

         ଜଗତ ଉଦ୍ଧାର କାରିଣୀ

       ଅସୁର ନାଶିନୀ,

            ମହିଷା ମର୍ଦ୍ଦିନୀ

        ତୋର ନାମ ଧରି

           ପଙ୍ଗୁ ଲଙ୍ଘେ ଗିରି

         ତୁ ଯେ ବିଶ୍ଵ ରକ୍ଷା କାରିଣୀ

        ଯଜ୍ଞ କୁଣ୍ଡୁ ଜାତ ବୋଲି

         ମା' ଲୋ ତୁ ଯାଜ୍ଞସେନୀ

         ତୁ ଯେ ଅଗ୍ନି ସମ୍ଭୁତା

          ଦଶଭୁଜା ମାତା

        ନାନା ଅସ୍ତ୍ର ଶସ୍ତ୍ରେ ବିଭୂଷିତା

       ତୁ ଆଦି ଶକ୍ତି

            ଆଲୋ ଆଦିମାତା

       ବିଶ୍ଵ କଲ୍ୟାଣ ନିମନ୍ତେ

             ହେଲୁ ଆବିର୍ଭୁତା

        ଯେ ଧରିଛି ତୋର ନାଁ

        ମୋକ୍ଷ ପ୍ରାପ୍ତି ହୋଇଛି

         ତା'ର ଲୋ ମା'

        ଜୟ ମା' ଦୁର୍ଗା ମା'

           ଜୟ ମା' ଦୁର୍ଗା ମା' ।।(୩)

        କଲେ ତୋ ପଦ ବନ୍ଦନା

         କଟିଯାଏ ଯେ ସର୍ବ ଯାତନା

         ତୁ ପର୍ବତ କନ୍ୟା

          ତୁ ସାଗର କନ୍ୟା

          ତୁ ଅଗ୍ନି କନ୍ୟା

         ନାନା ରୂପେ ତୋର

           ନାମ ନାନା

          ଲାଞ୍ଛନା, ଭର୍ତ୍ସନା 

             ସବୁ ସହୁ ସିନା

         ଗର୍ବ ଅହଙ୍କାରେ ତୋ

           ରୋଷ ଭାରି ସିନା

          କେବେ ତୁ ହଂସ ବାହିନୀ

           କେବେ ପଦ୍ମ ବାସିନୀ

         କେବେ ତୁ ସିଂହ ବାହିନୀ

         ନାନା ରୂପେ ବିରାଜିତା

          ତୁ ଲୋ ମା'

          ଜୟ ମା'ଦୁର୍ଗା ମା'

           ଜୟ ମା' ଦୁର୍ଗା ମା' ।।(୪)

         ପାପ ବିନାଶିନୀ

            ଜଗତ କଲ୍ୟାଣୀ

              ବିଶ୍ଵ ବିଜୟିନୀ

         ଗତି, ମୁକ୍ତି ଶାନ୍ତି ପ୍ରଦାୟିନୀ

            ମୋକ୍ଷ ଦାୟିନୀ

         ଚାରୁ ହାସିନୀ, ମିଷ୍ଟ ଭାଷିନୀ

           ଜଗତ ଜନନୀ ମା'

         କେବେ ତୁ କାଳୀ

           କେବେ ଚଣ୍ଡୀ

           କେବେ ତୁ ଚାମୁଣ୍ଡା

         କେବେ ଛିନ୍ନମସ୍ତା

         କେବେ ତୁ ଶିବାନୀ

          କେବେ ତୁ ଭବାନୀ

         କେବେ ସାଜୁ ପୁଣି

        ଦୁର୍ଗତି ନାଶିନୀ ଦୁର୍ଗା ମା'

         ଜୟ ମା' ଦୁର୍ଗା ମା'

           ଜୟ ମା' ଦୁର୍ଗା ମା' ।। (୫)     


Rate this content
Log in

Similar oriya poem from Classics