ଜୟ ଜୟ ଗଣ ନାଥ
ଜୟ ଜୟ ଗଣ ନାଥ
ଜୟ ଜୟ ଗଣନାଥ ଗଉରୀ ନନ୍ଦନ
ବିଦ୍ୟାଦାତା ଅଗ୍ରପୂଜ୍ୟ ବିଘ୍ନ ବିନାଶନ
ଲମ୍ବୋଦର ହେ
ମୂଷିକ ବାହନ ତ୍ରାହି କର ହେ ।
ମାତୃଭକ୍ତ ମହାଜ୍ଞାନୀ ପ୍ରଭୁ ଏକଦନ୍ତ
ଭଗ୍ନ ଦନ୍ତେ ଶାସ୍ତ୍ର ଲେଖା କରିଲ ସମାପ୍ତ
ରିଦ୍ଧିବର ହେ
ରୁଦ୍ରଙ୍କ ସାଥେ କଲ ସମର ହେ ।
ମାତାଙ୍କ ଆଜ୍ଞାକୁ ପାଳି ଦୁଆର ଜଗିଲ
ଭୋଳା ମହେଶ୍ୱରଙ୍କୁ ଯେ ବାଟ ନ ଛାଡିଲ
ମହାବଳୀ ହେ
ମସ୍ତକକୁ କାଟିଲେ କପାଳି ହେ ।
ପିତାଙ୍କ ଆଦେଶେ ଗଜ ମସ୍ତକ ଲଭିଣ
ତିନି ଲୋକେ ବୋଲାଇଲ ତୁମେ ଗଜାନନ
କେହୁ ଆନ ହେ
ତୁମ ବିନା ବିଘ୍ନ କରେ ନାଶନ ହେ ।
ମାତାଙ୍କ ଅଙ୍ଗ ମଳିରୁ ହୋଇଲ ଜନମ
ବିନାୟକ ମହୋତ୍କଟ ପୁଣି ହେଲା ନାମ
ନାନା ନାମରେ
ଲୀଳାକୁ ରଚିଲ ଧରା ଧାମରେ ।
ପିତା ମାତା ଠାରୁ ଆଉ ବଡ଼ କେହି ନାହିଁ
ଏହି ସତ୍ୟ ସଂସାରକୁ ଦେଲ ତୁମେ କହି
ପରିକ୍ରମଣ
କରି ରଖିଥିଲ ତୁମ ଟାଣ ହେ।