ଜୟ ଜନନୀ
ଜୟ ଜନନୀ
ନମସ୍ୟ କରୋନା ଯୋଦ୍ଧା
ବନ୍ଦେ ଉତ୍କଳ ଜନନୀର ବରପୁତ୍ର
ନିର୍ଭୟ ତୁମ ଅଶୀ, ଯାଇନାହିଁ କାହିଁ ଫସି
କେବେ ନିବୃତ୍ତି ଶର ଭେଦି
ସପ୍ତରଥୀ ଅବା କରିପାରେ କିବା
ନିଜେ ନିଜକୁ ଦେଇଛି ଯେ ସମର୍ପି
କେବେ ଉସ୍ମ ପ୍ରସବଣ ଟପି
କେବେ ନିର୍ଝୟାସ ବର୍ଷା ର ଟୋପି
ତୁମକୁ କେହି ବି ପାରିନି ରୋକି
କରୋନା ଯୁଦ୍ଧର ବିଜୟୀ ବିଗୁଲ
ବାଜିବାକୁ ଆଉ ଅଳପ ସମୟ ବାକି
କାନ୍ତ କବି ଲଷ୍ମୀକାନ୍ତ ମହାପାତ୍ର
ଲେଖନୀ ମୁନରେ ନିସୃତ ଗୀତି
ଚାଲ ଯିବା ଛତ୍ରେ ଛତ୍ରେ ଜପି
ବନ୍ଦେ ଉତ୍କଳ ଜନନୀ
କିଏ ବା ପାରିବ ମାପି!